ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ତିନି ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ ମିଟ୍ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଜୟନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଠପଢା ଭବିଷ୍ୟତ ଉପରେ ଆକୋଚନା କରିଥିଲେ । ଛାତ୍ରଛାତ୍ରୀମାନେ କଲେଜ ବ୍ୟତିତ ଘରେ କେତେ ସମୟ ପାଠ ପଢୁଛନ୍ତି, ଭଲ ନମ୍ବର ରଖିବା ପାଇଁ ଅଉ କଣ ଆବଶ୍ୟକତା ରହିଛି, ବିଭାଗ ତରଫରୁ ଛାତ୍ଛାତ୍ରୀ ମାନଙ୍କ ପାଠ ପଢା ପାଇଁ କିପରି ଯତ୍ନ ନିଆଯାଉଛି ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଅଭିଭାବକମାନେ ପ୍ରଣୀ ବିଜ୍ଞାନ ବିଭାଗର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଅଭିଭାବକ, ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ସୁସମ୍ପର୍କ ବଢିବା ସହିତ ପିଲାମାନଙ୍କର ପାଠ ପଢାରେ ନିଶ୍ଚୟ ଉନ୍ନତି ଘଟିବ ବୋଲି ମତପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପିକା ଡ. ସୌମ୍ୟା ନାୟକ, ଡ. ପ୍ରିୟଙ୍କା କର, ପ୍ରିୟଦର୍ଶନୀ ପଣ୍ଡା, ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।