17.1 C
Bhubaneswar
Saturday, February 14, 2026
Homeଅପରାଧମଦ ନିଶାରେ ସାଙ୍ଗକୁ ମାରିଦେଲା ସାଙ୍ଗ

ମଦ ନିଶାରେ ସାଙ୍ଗକୁ ମାରିଦେଲା ସାଙ୍ଗ

ଆମେରିକାର : ଆମେରିକାର ହମ୍ପଟନ୍ସରେ ଘଟିଛି ଅଭାବନୀୟ ଘଟଣା । ଦୁଇ ବନ୍ଧୁ ସାଙ୍ଗ ହୋଇ ମଦ ପିଇବା ପରେ ଜଣେ ଅନ୍ୟ ଜଣଙ୍କର ଜୀବନ ନେଇଯାଇଛି। କୌଣସି ଜମି-ଜମା ସଂକ୍ରାନ୍ତୀୟ କାରଣ ନୁହେଁ, ବରଂ ମଦ ପିଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ୪୩ ବର୍ଷୀୟ ଜେରେମି ଆଲେନ ଏବଂ ଖ୍ରୀଷ୍ଟୋଫର ହାହ (୪୩) ସାଙ୍ଗ ହୋଇ ମଦ ପିଇଥିଲେ। ଏହି ସମୟରେ ଉଭୟ ସେମାନଙ୍କ ଜୀବନର ପରବର୍ତ୍ତୀ ଯୋଜନା ବାବଦରେ ଚର୍ଚ୍ଚା କରିଥିଲେ। ହାହ କହିଥିଲେ, ମୁଁ ଆଉ ଆଗକୁ ମଦ ପିଇବି ନାହିଁ। ମଦ ଅଭ୍ୟାସଠୁ ଦୂରେଇ ରହିବି। ଏହାକୁ ନେଇ ଆଲୋନ ତାଙ୍କ ସହ ଯୁକ୍ତି କରିଥିଲେ। ଏହି ଯୁକ୍ତି ଏପରି ଉଗ୍ରରୂପ ଧାରଣ କରିଥିଲା ଯେ ଆଲେନ ତାଙ୍କୁ ଛଅ ଘଣ୍ଟା ଧରି ବାଡ଼େଇଥିଲେ। କେବଳ ମାଡ଼ ମାରିନଥିଲେ ଛୁରୀରେ ତାଙ୍କ ବେକ ଏବଂ ମୁଣ୍ଡକୁ ଗଭୀର ଆଘାତ ଦେଇଥିଲେ। ଫଳରେ ହାହଙ୍କର ମୃତ୍ୟୁ ଘଟିଛି। ପୁଲିସ ଆଲେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking