33.1 C
Bhubaneswar
Sunday, September 29, 2024
Homeଅପରାଧକାର୍ ସହ ଚୋରି ସାମଗ୍ରୀ ଜବତ: ୨ ଗିରଫ

କାର୍ ସହ ଚୋରି ସାମଗ୍ରୀ ଜବତ: ୨ ଗିରଫ

ଭୁବନେଶ୍ୱର: ୱାଟକୋ ଡିପାର୍ଟମେଣ୍ଟର ବିଭିନ୍ନ ଯନ୍ତ୍ରପାତି ଚୋରି କରିବା ଅଭିଯୋଗରେ କ୍ୟାପିଟାଲ୍ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କାର୍ ଓ ଚୋରି ଯନ୍ତ୍ରପାତି ଜବତ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ ନାରାୟଣ ବସ୍ତିର ସୋନୁ ଓରଫ ସିନୁ ରେଡ୍ଡି(୨୪) ଓ ରେଣ୍ଟାଲ୍ କଲୋନୀରେ ରହୁଥିବା ତପନ ଓରଫ ଦେବୀ ପ୍ରସାଦ ଦାସ(୩୧)।

ଆଜି ଭୋର ପ୍ରାୟ ୨ଟା ସମୟରେ ବେଳେ ସୋନୁ ଓ ତପନ ଏକ କାର ଯୋଗେ ଆସି ଷ୍ଟୋର ହାଉସରୁ ସାମଗ୍ରୀ ସବୁକୁ ଚୋରି କରିନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ କରିଥିବା ବେଳେ ସିସିଟିଭି ଜରିଆରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ଏକ ବିଶେଷ ସୂତ୍ରରୁ ସୂଚନା ପାଇ, ୟୁନିଟ୍ ୮ ସ୍ଥିତ ରାଜ କ୍ଲବ ନିକଟରୁ ଅଭିଯୁକ୍ତଦ୍ୱୟଙ୍କୁ କାବୁ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ଏକ ଭଡା କାର ବ୍ୟବହାର କରି ଚୋରି କରିଥିବାର ସ୍ୱୀକାର କରିଛନ୍ତି। ସେନୁ ନାମରେ ପୂର୍ବରୁ କ୍ୟାପିଟାଲ୍ ଥାନାରେ ଏକ ଅପରାଧିକ ମାମଲା ରହିଛି । ଆଜି ଦୁଇ ଅଭିଯୁକ୍ତଙ୍କୁ କୋଟଁ ଚାଲଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking