25.9 C
Bhubaneswar
Tuesday, April 7, 2026
Homeଓଡିଶାମେଡିକାଲ କଲେଜରେ ରହିବ ଫାଣ୍ଡି : ମୁଖ୍ୟମନ୍ତ୍ରୀ

ମେଡିକାଲ କଲେଜରେ ରହିବ ଫାଣ୍ଡି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ । ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ।  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନରେ  ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା  କହିଛନ୍ତି  । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ପୁଲିସଙ୍କ ପାଖରେ ବାଇକ୍‌ ରହିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ୯ ହଜାର ବାଇକ୍ ଯୋଗାଇ ଦିଆଯିବ। ପ୍ରତିଥାନାରେ ୨ଟି ବାଇକ୍ ଥିବାରୁ କାମ ଶୀଘ୍ର ହେଉନି। ଏବେ ପ୍ରତି ଥାନାରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ନାମରେ ବାଇକ୍ ଦିଆଯିବ। ସେ ଯେଉଁ ଥାନାକୁ ଯିବେ ବାଇକ୍ ସାଥିରେ ନେଇ ଯିବେ। ପ୍ରତିଥାନାକୁ ୨ଟି ଜିପ୍‌ ତଥା ପ୍ରତି ଜିଲ୍ଲାରେ ଓଡ୍ରାଫ୍‌ ଟିମ୍‌ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସର ୩ ଟି ବାଟାଲିୟନ ପ୍ରତିଷ୍ଠା ହେବ। ସବୁ ମେଡ଼ିକାଲରେ ଫାଣ୍ଡି ରହିବ।

ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ରାତିରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାସ କରି ଥାନାରେ ମହିଳାଙ୍କ ପ୍ରତି ଉଚିତ ବ୍ୟବହାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେବା ଓ ସୁରକ୍ଷାକୁ ପ୍ରାଥମକିତା ଦେଇ କାମ କରନ୍ତୁ। ଓଡ଼ିଶାକୁ ବହୁତ ଆଗକୁ ନେବାର ଅଛି, ସାଥୀରେ କାମ କରିବାକୁ ପଡ଼ିବ। ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣରେ ଅଧା ସମସ୍ୟାର ସମାଧାନ ହୋଇଥାଏ। ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ। ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ, ନ୍ୟାୟ ପାଇଁ କେତେ ସେମାନେ କଷ୍ଟ କରନ୍ତି। ସକାରାତ୍ମକ ଚିନ୍ତାଧାରାରେ କାମ କଲେ ସବୁ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking