30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବଜ୍ରପାତ ନେଲା ୮ ଜୀବନ

ବଜ୍ରପାତ ନେଲା ୮ ଜୀବନ

ଛତିଶଗଡ଼ : ଛତିଶଗଡ଼ର ରାଜନନ୍ଦଗାଁରେ ଅଘଟଣ । ବଜ୍ରପାତ ନେଲା ୮ ଜୀବନ । ମୃତକଙ୍କ ମଧ୍ୟରେ ୬ ଜଣ ଛାତ୍ର ଥିବା ଜଣାପଡ଼ିଛି। ମୃତ ଛାତ୍ରମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ। ସୂଚନା ଅନୁସାରେ, ଛାତ୍ରମାନେ ପରୀକ୍ଷା ଦେଇ ଫେରିବା ବାଟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସେମାନେ ଗଛ ତଳେ ଥିବା ଏକ ଅସ୍ଥାୟୀ ଘରେ ଆଶ୍ରୟ ନେଇଥିଲେ। ସେହି ସ୍ଥାନରେ ଅନ୍ୟ ପଥଚାରୀ ମଧ୍ୟ ଆଶ୍ରୟ ନେଇଥିଲେ।ଏହି ବଜ୍ରପାତ ହେବାରୁ ଛାତ୍ରମାନଙ୍କ ସହ ଆଶ୍ରୟ ନେଇଥିବା ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ରାଜନନ୍ଦଗାଁ ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking