31.1 C
Bhubaneswar
Monday, September 23, 2024
Homeଅପରାଧହୋଟେଲରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ହୋଟେଲରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲ୍ଲାର ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ନେପାଳରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନେପାଳର ଏକ ହୋଟେଲରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଏ ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ମହାରାଜଗଞ୍ଜ ଜିଲ୍ଲାର ୩, ଗୋରଖପୁର ଜିଲ୍ଲାର ଜଣେ ଏବଂ ନେପାଳର ୨ ଜଣ ଯୁବକ ହୋଟେଲରେ ତାଙ୍କୁ ମାଡ଼ ମାରିବା ସହ ଗଣଦୁଷ୍କର୍ମ କରିଛନ୍ତି ।

ପୋଲିସ ସୂଚନା ଅନୁସାରେ, ଇନ୍‌ଫ୍ଲୁଏନ୍ସର ଜଣକ ନେପାଳ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେ ଭୈରହବାର କ୍ଲବ ଓ କାସିନୋ ବୁଲିଥିଲେ । ଏହାପରେ ନିକଟସ୍ଥ ହୋଟେଲକୁ ଯାଇଥିଲେ, ଯେଉଁଠି ତାଙ୍କ ସହିତ ୪ ଜଣ ଭାରତୀୟ ମଧ୍ୟ ଥିଲେ । ଏହି ଭାରତୀୟ ଯୁବକମାନେ ହୋଟେଲରେ ୨ ନେପାଳି ଯୁବକଙ୍କ ସହ ମିଶି ଇନ୍‌ଫ୍ଲୁଏନ୍ସରଙ୍କୁ ଗଣଦୁଷ୍କର୍ମ କରିବା ଆରମ୍ଭ କରିଥିଲେ । ଯୁବତୀ ଏହାକୁ ବିରୋଧ କରିବାକୁ ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି ।

ଏହି ସମୟରେ ଯୁବତୀ ଜୋର୍‌ରେ ଚିତ୍କାର କରିବାରୁ ହୋଟେଲ ସଞ୍ଚାଳକ ପୋଲିସକୁ ଡକାଇଥିଲେ । ନେପାଳ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରିଥିଲା ଏବଂ ଯୁବତୀଙ୍କ ଅଭିଯୋଗ କ୍ରମେ ୪ ଭାରତୀୟ ଓ ୨ ନେପାଳି ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ୬ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking