29.1 C
Bhubaneswar
Friday, September 11, 2026
Homeଓଡିଶାହାତରେ ଛୁରୀ ଧରି ରିଲ୍ସ : ୫ ଯୁବକ ଓ ୪ ନାବାଳକ ଗିରଫ

ହାତରେ ଛୁରୀ ଧରି ରିଲ୍ସ : ୫ ଯୁବକ ଓ ୪ ନାବାଳକ ଗିରଫ

ଝାରସୁଗୁଡ଼ା : ରିଲ୍ସ କଲେ ଜେଲ ଗଲେ । ୫ ଯୁବକ ଓ ୪ ନାବାଳକକୁ ଗିରଫ କରି ଝାରସୁଗୁଡା ପୋଲିସ କୋର୍ଟ ଚାଲାଣ କରିଛି । ୫ ଯୁବକଙ୍କ ସହ ୩ଜଣ ନାବାଳକ ହାତରେ ଛୁରା ଧରି ଝାରସୁଗୁଡାରେ ଖାଲି ଏମିତି ଚାଲେ କହି ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏକ ରିଲ କରି ସୋସିଆଲ ମିଡିଆରେ ଛାଡିଥିଲେ।ବଂଜାରୀ ଅଞ୍ଚଳର ଏହି ଯୁବକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମାଲା ରହିଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହିଭଳି ଭିଡ଼ିଓ କରି ଯଦି କେହି ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରେ ଝାରସୁଗୁଡା ପୋଲିସ ହାତବାନ୍ଧି ବସିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking