29.1 C
Bhubaneswar
Friday, September 11, 2026
Homeଦେଶ ବିଦେଶଆତଙ୍କୀଙ୍କ ହାତରେ AI: କ୍ଷେପଣାସ୍ତ୍ର ସଫ୍ଟୱେୟାର ବିକାଶ ପାଇଁ AI ଚାଟବଟ୍ କ୍ଲାଉଡ୍ ବ୍ୟବହାର

ଆତଙ୍କୀଙ୍କ ହାତରେ AI: କ୍ଷେପଣାସ୍ତ୍ର ସଫ୍ଟୱେୟାର ବିକାଶ ପାଇଁ AI ଚାଟବଟ୍ କ୍ଲାଉଡ୍ ବ୍ୟବହାର

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ଅପବ୍ୟବହାରକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ସମ୍ପର୍କିତ ସଫ୍ଟୱେୟାର ବିକାଶ ପାଇଁ ଆନ୍ଥ୍ରୋପିକ୍‌ର AI ଚାଟବଟ୍ କ୍ଲାଉଡ୍‌ର ବ୍ୟବହାର କରିଥିବା ଜଣାପଡ଼ିଛି। ଆନ୍ଥ୍ରୋପିକ୍ ପକ୍ଷରୁ ପ୍ରକାଶିତ ୧୫୪ ପୃଷ୍ଠାର ଥ୍ରେଟ୍ ଇଣ୍ଟେଲିଜେନ୍ସ ରିପୋର୍ଟରେ ଏନେଇ ତଥ୍ୟ ରହିଛି ।ରିପୋର୍ଟ ଅନୁସାରେ, ଉତ୍ତର ୟେମେନର ଏକ ଅସ୍ତ୍ରଶସ୍ତ୍ର ଇଞ୍ଜିନିୟରିଂ ଗୋଷ୍ଠୀ ଏକାଧିକ କ୍ଷେପଣାସ୍ତ୍ର ପ୍ରକଳ୍ପ ଉପରେ କାମ କରୁଥିଲା । ଏଥିରେ ଗାଇଡେଡ୍ ରକେଟ୍, ଦୀର୍ଘ ଦୂରତାର ବାଲିଷ୍ଟିକ୍ ମିସାଇଲ୍ ଏବଂ ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲ୍ ସମ୍ପର୍କିତ ପ୍ରକଳ୍ପ ସାମିଲ ଥିବା ଦାବି କରାଯାଇଛି ।ବିଶେଷ କରି କ୍ଷେପଣାସ୍ତ୍ରର ଦିଗ ନିର୍ଦ୍ଧାରଣ, ନେଭିଗେସନ୍ ଓ ନିୟନ୍ତ୍ରଣ ସମ୍ପର୍କିତ ସଫ୍ଟୱେୟାର ବିକାଶରେ AI ସହାୟତା ନିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାସହ ଫ୍ଲାଇଟ୍ କମ୍ପ୍ୟୁଟର, କୋଡିଂ, ଫାର୍ମୱେୟାର ଓ ସିମୁଲେସନ୍ ସମ୍ପର୍କିତ କାମରେ ମଧ୍ୟ AI ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking