21.1 C
Bhubaneswar
Saturday, February 14, 2026
Homeଓଡିଶାପୁଣି ବଜ୍ରାଘାତ ନେଲା ଆଉ ଏକ ଜୀବନ

ପୁଣି ବଜ୍ରାଘାତ ନେଲା ଆଉ ଏକ ଜୀବନ

ଗୁଣୁପୁର : ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ମୃତକ ଜଣଙ୍କ ହେଲେ ଗୁଡ଼ାରୀ ଥାନା ଅନ୍ତର୍ଗତ ଗାଜିଗୁଡାର ପ୍ରହ୍ଲାଦ ଶବର। ବୟସ ପ୍ରାୟ ୬୦ବର୍ଷ ହେବ ବୋଲି ଜଣାପଡିଛି। ପ୍ରହ୍ଲାଦ ସନ୍ଧ୍ୟା ସମୟରେ ଗାଁ ପାଖକୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ଘର ଲୋକ ଖୋଜାଖୋଜି କରିବା ପରେ ପାଇ ନଥିଲେ। ପରେ ଜମିକୁ ଯାଇ ଖୋଜାଖୋଜି କରିଥିଲେ। ପ୍ରହ୍ଲାଦଙ୍କ ମୃତଦେହ ଜମିରେ ପଡି ରହିଥିଲା। ଗୋଡ ଠାରୁ ଦେହ ପର୍ଯ୍ୟନ୍ତ ପୋଡି ଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଧ୍ୟାରେ ହଠାତ୍‌ ବର୍ଷା ଓ ବଜ୍ରାଘାତ ହୋଇଥିବାରୁ ବଜ୍ରାଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଗୁଡାରି ପୁଲିସ ପହଞ୍ଚି ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking