17.1 C
Bhubaneswar
Tuesday, December 16, 2025
Homeଓଡିଶାତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ବିପୁଳ ସମ୍ପତ୍ତି ଠାବ

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ବର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ  ପୁଳା ପୁଳା ଟଙ୍କା  ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ।ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା। କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। କେନ୍ଦୁଝର, ଅନୁଗୁଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। ଖାଲି ସେତିକି ନୁହେଁ ବାବୁଙ୍କର୍ ବ୍ୟାଙ୍କ୍ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।
ସବୁଠୁ ଆଶ୍ଚର୍ୟ୍ୟର କଥା ବାବୁ ଏତେ କଳା ଟଙ୍କା ରୋଜଗାର କରିଛନ୍ତି ଯେ ୨୦ ବର୍ଷରେ  ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇଛନ୍ତି, ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ ମଧ୍ୟ ତାଜୁବ ହୋଇଯାଇଛି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ  ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking