18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବିଏଲ୍‌ଏର ଚେତାବନୀ: ଜୀବିତ ରହିବାକୁ ଚାହୁଁଛ ଯଦି ବାଲୁଚିସ୍ତାନରୁ ପଳାଅ

ବିଏଲ୍‌ଏର ଚେତାବନୀ: ଜୀବିତ ରହିବାକୁ ଚାହୁଁଛ ଯଦି ବାଲୁଚିସ୍ତାନରୁ ପଳାଅ

ଇସ୍‌ଲାମାବାଦ୍‌: ବାଲୁଚିସ୍ତାନରେ ପାକିସ୍ତାନୀ ସେନା ଏବଂ ପଞ୍ଜାବୀଙ୍କ ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ୍ ଆର୍ମି (ବିଏଲ୍‌ଏ) ବର୍ତ୍ତମାନ ଚୀନ୍‌କୁ ମଧ୍ୟ ଧମକ ଦେଇଛି । ବିଏଲ୍‌ଏ ଏକ ଭିଡିଓ ଜାରି କରିଛି । ଏଥିରେ ଜଣେ ବିଏଲ୍‌ଏ ସଦସ୍ୟ ଚୀନ୍ ଏବଂ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ଏହି ଜମି କେବଳ ସେମାନଙ୍କର ଅଟେ । ଯଦି ଚୀନ୍ ନାଗରିକ ଏବଂ ପାକିସ୍ଥାନୀ ଏହି ଜମିରେ ରୁହନ୍ତି ତେବେ ସେମାନେ କ୍ଷତି ସହିବେ । ଏଭଳି ପରିସ୍ଥିତିରେ ଯଦି ଚୀନ୍ ଏବଂ ପାକିସ୍ତାନର ଲୋକମାନେ ଜୀବିତ ରହିବାକୁ ଚାହୁଁଛନ୍ତି ଏବଂ ମରିବାକୁ ଚାହୁଁନାହାନ୍ତି ତେବେ ସେମାନେ ବାଲୁଚିସ୍ତାନ ଛାଡିଦେବା ଉଚିତ୍ । ଚୀନ୍‌-ପାକିସ୍ତାନକୁ ବିଏଲ୍‌ଏର ମାଜିଦ୍ ବ୍ରିଗେଡ୍ ଏହି ଧମକ ଦେଇଛି ।

ବାଲୁଚିସ୍ତାନରେ ବିଏଲ୍‌ଏ ରବିବାର ଏବଂ ସୋମବାର ଦିନ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛି । ଆକ୍ରମଣ ପରେ ବାଲୁଚ ଲିବରେସନ୍ ଆର୍ମି କହିଛି ଯେ ସେମାନେ କିଛି ଘଣ୍ଟା ମଧ୍ୟରେ୧୦୦ରୁ ଅଧିକ ପାକିସ୍ତାନୀ ସୁରକ୍ଷା ବାହିନୀକୁ ହତ୍ୟା କରିଛନ୍ତି । ଆମେ କଣ କରିପାରିବୁ ତାହା କରି ଦେଖାଇଛୁ । ଏଭଳି ପରିସ୍ଥିତିରେ ପାକିସ୍ତାନ ଏଠାରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବା ଏବଂ ପ୍ରତିଶୋଧ ନେବାକୁ ଚିନ୍ତା କରିବା ଉଚିତ୍ ନୁହେଁ । ଯଦି ପାକିସ୍ତାନ ଏବଂ ଚୀନ୍‌ର ଲୋକମାନେ ବାଲୁଚିସ୍ତାନରେ ରହନ୍ତି, ତେବେ ସେମାନଙ୍କୁ ପୁଣି ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଏଲଏ ଚେତାବନୀ ଦେଇଛି ।

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ହରଡ଼ଘଣାରେ ପଡ଼ିଛି । ବାଲୁଚ ଲିବରେସନ୍ ଆର୍ମି ଯୋଗୁ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି । ବିଏଲ୍‌ଏ ପକ୍ଷରୁ କୁହାଯାଇଛି ଯେ ଏହା ‘ଅପରେସନ୍ ହେରୋଫ୍‌’ କରିଥିଲା ଏବଂ ବାଲୁଚିସ୍ତାନରେ ଏକ ସାମରିକ ଶିବିର ଏବଂ ସାମରିକ ପୋଷ୍ଟକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୦୨ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ନେଇ ବିଏଲଏ ନିଜକୁ ଦାୟୀ କରିଛି । ଏହି ଅପରେସନରେ ବିଏଲ୍‌ଏର ମାଜିଦ୍ ବ୍ରିଗେଡ୍‌ର ଆତ୍ମଘାତୀ ସ୍କ୍ୱାଡ୍ ଆକ୍ରମଣ କରିଥିଲା । ମାଜିଦ୍ ବ୍ରିଗେଡ୍‌ର କାର୍ଯ୍ୟକଳାପରେ ବେଲା ଆର୍ମି କ୍ୟାମ୍ପର ବଡ଼ ଅଂଶ କବଜା କରିବା ଏବଂ ସାମରିକ କନଭୋରେ ଆକ୍ରମଣ ପାଇଁ ସମଗ୍ର ପ୍ରଦେଶରେ ଚେକପଏଣ୍ଟ ସ୍ଥାପନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking