ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧର୍ମଘଟ କରୁଥିବା ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅନୁରୋଧ ପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି । ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍ଏଆଇଏମ୍ଏ) ଗୁରୁବାର ୧୧ ଦିନିଆ ଧର୍ମଘଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ ଏବଂ ସେମାନେ ଯୋଗଦେବା ପରେ କୌଣସି ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ଚିଫ୍ ଜଷ୍ଟିସଙ୍କ ନିର୍ଦ୍ଦେଶ ପରେ ଏଫ୍ଏଆଇଏମ୍ଏ ଏହି ଧର୍ମଘଟକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।
ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଏବଂ ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥ।।କୁ ବଢ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ । ଆମେ ଆଇନଗତ ଭାବେ ଲଷଢ଼ଇ ଜାରି ରଖିବୁ ବୋଲି ଡାକ୍ତରଙ୍କ ଏକ ସଂସ୍ଥା ଏଫ୍ଏଆଇଏମ୍ଏ ଏକ୍ସ ପୋଷ୍ଟରେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆବେଦନ ପରେ କୋଲକାତା ଘଟଣାରେ ଅନେକ ବାସିନ୍ଦା ଡାକ୍ତର ସଂଘ (ଆରଡିଏଏସ୍) ଧର୍ମଘଟ ବନ୍ଦ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏଆଇଏମଏସ ଦିଲ୍ଲୀର ଆରଡିଏ, ଆରଏମଏଲ ହସପିଟାଲ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଇନ୍ଦିରା ଗାନ୍ଧୀ ହସ୍ପିଟାଲ ମଧ୍ୟ ଏହି ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କ ଆକ୍ରମଣ ଓ ହତ୍ୟା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା । ଅଗଷ୍ଟ ୧୨ ରେ, ଆରଡିଏଏସ୍ମାନେ ଦେଶବ୍ୟାପୀ ବିରୋଧ ଆରମ୍ଭ କରି (ଓପିଡି) ସେବାକୁ ବନ୍ଦ କରିଦେଇଥିଲେ । ସବୁଦିନ ପରି ଜରୁରୀକାଳୀନ ସେବା ଜାରି ରହିବ ବୋଲି ଜଣାପଡ଼ିଛି ।










