20.1 C
Bhubaneswar
Monday, December 23, 2024
Homeଦେଶ ବିଦେଶପ୍ରତିଦିନ ମୋତେ ଅପମାନିତ କରାଯାଉଛି; ଉଠି ପଳାଇଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼

ପ୍ରତିଦିନ ମୋତେ ଅପମାନିତ କରାଯାଉଛି; ଉଠି ପଳାଇଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ:  ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଆଜି ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ସାମାନ୍ୟ ଅସ୍ୱାଭାବିକ ହୋଇପଡିବା ଦେଖିବାକୁ ମିଳିଥିଲା । ସେ ନିଜ ମନର ଆକ୍ରୋଶକୁ ସମ୍ବରଣ କରିନପାରି ବିରକ୍ତି ଭାବ ପ୍ରକାଶ କରିବା ସହ ହଠାତ୍ ନିଜ ଚୌକିରୁ ଉଠି ଚାଲିଯାଇଥିଲେ । ତେବେ ଗୃହକାର୍ଯ୍ୟ ଚାଲିଥିବା ବେଳେ ଜଣେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଏପ୍ରକାର ଆଚରଣକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଗୃହ ଛାଡିବା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଶ୍ରୀ ଧନଖଡ ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ଯେ, ତାଙ୍କୁ ବାରମ୍ବାର ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରାଯାଉଛି । ବିରୋଧୀ ଦଳର ନେତାମାନେ ଏବେ କେତେକ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରୁଥିବା ବେଳେ ଗୃହର ଅଧ୍ୟକ୍ଷ ଭାବେ ତଥା ଦେଶର ଉପରାଷ୍ଟ୍ରପତି ଭାବେ ସେ ସେମାନଙ୍କୁ ଗୃହରେ ଶାନ୍ତି ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ବିରୋଧୀ ନେତାମାନେ ତାଙ୍କ କଥା ଶୁଣୁନାହାନ୍ତି । ଏହାଦ୍ୱାରା ସେ ନିଜକୁ ଅପମାନିତ ବୋଧ କରୁଛନ୍ତି । ଏପରିସ୍ଥିତିରେ ସେ ନିଜ ଚୌକିରେ ବସିବାକୁ ମଧ୍ୟ ଅସମର୍ଥତା ପ୍ରକାଶ କରୁଥିବା ଧନଖଡ୍ କହିଛନ୍ତି । ନିଜର ଏପ୍ରକାର ବିବୃତ୍ତି ଦେବା ପରେ ଧନଖଡ ରାଗିଯାଇ ଚେୟାର ଛାଡି ପଳାଇବା ଦେଖିବାକୁ ମିଳିଥିଲା ।
ରିପୋର୍ଟ ଅନୁସାରେ ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ ପ୍ୟାରିସ୍ ଅଲିମ୍ପିକ୍ସରେ ଅତିରିକ୍ତ ଓଜନ କାରଣରୁ ପଦକ ହରାଇଥିବା ଭିନେଶ ଫୋଗଟଙ୍କ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଅନୁମତି ଦିଆଯାଇନଥିଲା । ଏହାକୁ ନେଇ ବିରୋଧୀ ଦଳର ନେତାମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଧନଖଡ ବାରମ୍ବାର ବୁଝାଇବା ପରେ ମଧ୍ୟ ବିରୋଧୀ ନେତାମାନେ ଶୁଣିନଥିଲେ । ଏହାପରେ ସେ ଅତ୍ୟନ୍ତ ରାଗିଯାଇଥିଲେ ଏବଂ ଉପରୋକ୍ତ ବିବୃତ୍ତି ଦେଇ ଚୌକି ଛାଡି ଚାଲିଯାଇଥିଲେ ।
ଧନଖଡ଼ ନିଜ ପ୍ରତ୍ରିକ୍ରିୟାରେ କହିଛନ୍ତି, ବିରୋଧୀମାନେ ଅନୁଭବ କରୁଛନ୍ତି ଯେ, କେବଳ ସେମାନେ ଏହି ଘଟଣାରେ ଦୁଃଖ ଅନୁଭବ କରୁଛନ୍ତି । ସେହି ଝିଅ ଯୋଗୁ ସମଗ୍ର ଦେଶ ଦୁଃଖିତ । କିନ୍ତୁ ଏହାର ଫାଇଦା ଉଠାଇ ଏହାକୁ ରାଜନୀତିକରଣ କରିବା ସେହି ଝିଅ ପାଇଁ ସବୁଠାରୁ ବଡ ଅପମାନ । ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜେପି ନଡା କହିଥିଲେ, ସମଗ୍ର ଦେଶ ଭିନେଶ ଫୋଗଟଙ୍କ ସହ ଛିଡା ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ତାଙ୍କୁ ‘ଚାମ୍ପିଅନ ଅଫ ଚାମ୍ପିଅନ୍ସ’ ବୋଲି କହିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱର ହେଉଛି ୧୪୦ କୋଟି ଲୋକଙ୍କ ସ୍ୱର । ଦୁର୍ଭାଗ୍ୟବଶତଃ ଆମେ ଏହାକୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଭାଗ କରୁଛୁ । ଭାରତ ସରକାର, କ୍ରୀଡା ମନ୍ତ୍ରଣାଳୟ ଏବଂ ଆଇଓସି ସମସ୍ତ ଫୋରମରେ ସମାଧାନର ରାସ୍ତା ଖୋଜିବାକୁ ଚେଷ୍ଟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking