ଭୁବନେଶ୍ୱର: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ରଖି କହିଛନ୍ତି, ଠିକ ୨ ବର୍ଷ ତଳେ ଆଜିର ଦିନରେ ଆମ ସରକାର ଦାୟିତ୍ୱ ଗ୍ରହଣ କରିଥିଲା । ଏହା ପରଠୁ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର, ଜନତାଙ୍କ ସହ ମିଶିଛୁ । ଓଡିଶା ବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢିଛୁ । ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡିଛି । ୨ ବର୍ଷରେ ୧୨୧ଟି ଯୋଜନା କାର୍ଯ୍ୟକାରୀ ହୋଇଛି । ଏହା ସମୃଦ୍ଧ ଓଡିଶା ଗଠନରେ ପ୍ରଭାବ ପକାଇଛି । ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇ ।ରି ନଥିଲା ୨୪ ବର୍ଷିଆ ସରକାର । ବିଦ୍ୟୁତ, ପାନୀୟ ଜଳ, ଗାଁକୁ ରାସ୍ତାଟିଏ ଦେଇ ପାରି ନଥିଲେ ପୂର୍ବ ସରକାର । କିନ୍ତୁ ଆମେ ପୂର୍ବ ସରକାର କରିଥିବା ତ୍ରୁଟି ସୁଧାରିଛୁ । ନାରୀ ସଶକ୍ତିକରଣରେ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ଦେଶରେ ଶ୍ରେଷ୍ଠ ।










