26.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶକାହିଁକି ବାଂଲାଦେଶରେ ସୃଷ୍ଟି ହେଲା ଏପରି ସ୍ଥିତି...

କାହିଁକି ବାଂଲାଦେଶରେ ସୃଷ୍ଟି ହେଲା ଏପରି ସ୍ଥିତି…

ଢାକା : ୧୯୭୧ରେ ବାଂଲାଦେଶ ପାକିସ୍ତାନ ଠାରୁ ଅଲଗା ହୋଇ ସ୍ୱାଧୀନ ଦେଶ ହୋଇଥିଲା । ସେହି ବର୍ଷ ଠାରୁ ବାଂଲାଦେଶରେ ୮୦% କୋଟା ସିଷ୍ଟମ ଲାଗୁ ହୋଇଥିଲା । ତାପରେ ଏଥିରେ ଅନେକ ପରିବର୍ତ୍ତନ କରାଯାଇଥିଲା । ୨୦୧୨ରେ ଶେଷ ଥର ପାଇଁ ଏଥିରେ ପରିବର୍ତ୍ତନ କରାଯାଇ ସଂରକ୍ଷଣକୁ ୫୬%କୁ ହ୍ରାସ କରାଯାଇଥିଲା । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମର ହିରୋଙ୍କ ପିଲାଙ୍କୁ ସରକାରୀ ଚାକିରିରେ ୩୦%, ପଛୁଆ ଜିଲ୍ଲା ପାଇଁ ୧୦%,ମହିଳାଙ୍କ ପାଇଁ୧୦%, ସଂଖ୍ୟାଲଘୁଙ୍କ ପାଇଁ ୫% , ଏବଂ ବିକଳାଙ୍ଗଙ୍କ ପାଇଁ ୧% ସଂରକ୍ଷଣ ଥିଲା । ୨୦୧୮ରେ ୪ଲ ମାସ ଧରି ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିବା ପରେ ସରକାର ହେି ସଂରକ୍ଷମ ବ୍ୟବସ୍ଥାକୁ ଶେଷ କରି ଦେଇଥିଲେ । କିନ୍ତୁ ଗତ ଜୁନ୍ ୫ରେ ଢାକା ହାଇକୋର୍ଟ ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ସଂରକ୍ଷଣକୁ ପୁନଃ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୁମି ତେଜିଥିଲା ଛାତ୍ର ଆନ୍ଦୋଳନ । ସରକାର ପୂରା ଶକ୍ତିର ସହିତ ଏହି ଆନ୍ଦୋଳନକୁ ରୋକିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରି ନଥିଲେ । ପରେ ବାଂଲାଦେଶ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ୫୬% ସଂରକ୍ଷଣ ଲାଗି ଢାକା ହାଇକୋର୍ଟ ଦେଇଥିବା ରାୟକୁ ପଲଟାଇ ଦେଇଥିଲେ । ତେବେ ସୁପ୍ରିମକୋର୍ଟ କୋଟାକୁ ୫୬% କୋଟାକୁ ୭%କୁ ହ୍ରାସ କରିଥିଲେ । ଏଥିରେ ସ୍ୱାଧୀନତା ସଂଗ୍ରାମାଙ୍କ ପରିବାରକୁ ୫% ସଂରକ୍ଷଣ ଏବଂ ସଂଖ୍ୟାଲଘୁ,ତୃତୀୟଲିଙ୍ଗୀ,ଦିବ୍ୟାଙ୍ଗଙ୍କ ପାଇଁ ୨% କୋଟା ରଖାଯାଇଥିଲା । ୯୩% ଚାକିରି ମେରିଟ ଥିବା ଆଶାୟୀଙ୍କୁ ମିଳିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ । ହେଲେ ଏହା ଆନ୍ଦୋଳନକାରୀଙ୍କ କ୍ରୋଧକୁ କମାଇ ପାରି ନଥିଲା । ତେବେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିବା ସହ ସରକାର ବଦଳାଇବାକୁ ଦାବି କରି ଆନ୍ଦୋଳନକୁ ଉଗ୍ର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking