23.1 C
Bhubaneswar
Sunday, February 15, 2026
Homeଅପରାଧବନ୍ଧା ହେଲେ ବିଡିଓ ମାଡାମ୍

ବନ୍ଧା ହେଲେ ବିଡିଓ ମାଡାମ୍

କଳାହାଣ୍ଡି : ବନ୍ଧା ହେଲେ ବିଡିଓ ମାଡାମ୍। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ସରକାରୀ ଗାଡିରେ ୭ ଲକ୍ଷ୍ୟ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଲାଞ୍ଚୁଆ ବିଡ଼ିଓ ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବା ବେଳେ , ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ନିକଟରେ ଭିଜିଲାନ୍ସ ବିଭାଗର ୧୫ ଜଣିଆ ସ୍ବତନ୍ତ୍ର ଟିମ୍ ଚଢାଉ କରିବା ସହ ଗାଡିରେ ଥିବା ନଗଦ ୭ ଲକ୍ଷ୍ୟ ଟଙ୍କା ଜବତ କରିବା ସହ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି । ସେପଟେ ଅନ୍ୟ ୩ଟି ଟିମ୍ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ବିଡ଼ିଓଙ୍କ ବାସଭବନରେ ଚଢାଉ କରିବା ନେଇ ସୂଚନା ମିଳିଛି। ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି। ଏପରିକି ପୁଲିସ କେସ୍ ମଧ୍ୟ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking