26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶହମାସର ଆଉ ଜଣେ ଟପ୍ ମିଲିଟାଲୀ ଚିଫ୍ ମୃତ; ଇସ୍ରାଏଲ୍ ଉପରେ ଆକ୍ରମଣ କରିବ ଇରାନ୍‌

ହମାସର ଆଉ ଜଣେ ଟପ୍ ମିଲିଟାଲୀ ଚିଫ୍ ମୃତ; ଇସ୍ରାଏଲ୍ ଉପରେ ଆକ୍ରମଣ କରିବ ଇରାନ୍‌

ଗାଜା : ଇରାନ ରାଜଧାନୀ ତେହେରାନରେ ହମାସ୍ ଉଗ୍ରବାଦୀ ସଂଗଠନ ମୁଖ୍ୟ ଇସ୍‌ମାଇଲ ହାନିୟାଙ୍କୁ ହତ୍ୟା କରାଯିବାର ଦିନକ ପରେ ହମାସ ସାମରିକ ମୁଖ୍ୟ ମହମ୍ମଦ ଦୈଫ୍‌ଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସବୁଠୁ ବଡ଼କଥା ହେଉଛି ଏହି ଦୁଇଜଣଙ୍କ ହତ୍ୟା ପାଇଁ ଇସ୍ରାଏଲ୍ ସେନା ନିଜକୁ ଦାୟୀ କରିଛି । ତେହରାନରେ ଇସ୍‌ମାଇଲ ହାନିୟାଙ୍କ ଅନ୍ତିମ ଶୋଭାଯାତ୍ରା ଚାଲିଥିବା ବେଳେ ମହମ୍ମଦ ଦୈଫଙ୍କୁ ମୃତ୍ୟୁ ସମ୍ପର୍କରେ ଇସ୍ରାଏଲ୍ ଦର୍ଶାଇଛି । ତେବେ ଏହାକୁ ନେଇ ଇରାନ୍ ଏବେ ମାତ୍ରାଧିକ ପ୍ରତିଶୋଧ ପରାୟଣ ହୋଇପଡିଛି । ରିପୋର୍ଟ ଅନୁସାରେ ଏବେ ଇସ୍ରାଏଲ୍ ଉପରେ ଆକ୍ରମଣ ପାଇଁ ସର୍ବୋଚ୍ଚ ଇରାନୀ ନେତାଙ୍କ ନିର୍ଦ୍ଦେଶ ଆସିଛି ।
ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବା ବେଳେ ହମାସ୍ ମୁଖ୍ୟ ଇସ୍‌ମାଇଲ ହାନିୟାଙ୍କ ମୃତ୍ୟୁ ଇରାନ୍ ସରକାରଙ୍କୁ ବିଚଳିତ କରିଦେଇଛି । ସେହିପରି ଗୁରୁବାର ହମାସର ସାମରିକ ମୁଖ୍ୟଙ୍କୁ ହତ୍ୟା କରାଯିବା ଘଟଣା ସମ୍ପର୍କରେ ମଧ୍ୟ ଇସ୍ରାଏଲ ପକ୍ଷରୁ ବିବୃତି ଦିଆଯାଇଛି ।  ଗାଜାରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ମହମ୍ମଦ ଦୈଫ୍‌ର ମୃତ୍ୟୁ ହୋଇଥିବା ଇସ୍ରାଏଲ୍ ସେନା କହିଛି । ପରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇରାନ୍‌ର ସର୍ବୋଚ୍ଚ ନେତା ସୟଦ୍ ଅଲି ହୋସେଇନି ଖାମେନେଇ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ,  ଖାମେନେଇ ଏକ ଜରୁରୀ ବୈଠକ ଡାକି ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡର ମୂଲ୍ୟ ଇସ୍ରାଏଲକୁ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । କେବଳ ଇରାନ ନୁହେଁ, ଏହାର ସମର୍ôଥତ ସଂଗଠନ ମଧ୍ୟ ଏଥିପାଇଁ ଇସ୍ରାଏଲକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି । ଅର୍ଥାତ୍ ଏବେ ଇରାନ୍ ସମର୍ଥିତ ସଂଗଠନଗୁଡ଼ିକ ଏବେ ଏକଜୁଟ୍ ହୋଇ ଇସ୍ରାଏଲ୍ ବିରୋଧରେ ଅସ୍ତ୍ର ଉଠାଇବା ନିଶ୍ଚିତ ହୋଇଯାଇଛି । ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଧମକ ଦେଇଥିବା କୁହାଯାଉଛି ।
ପ୍ରକାଶ, ଗତକାଲି ଇରାନ୍‌ର ରାଜଧାନୀ ତେହେରାନରେ ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିଲା । ସେ ନବନିର୍ବାଚିତ ଇରାନ୍ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେବା ପରେ ତାଙ୍କୁ ତାଙ୍କ ଘରେ ପଶି ହତ୍ୟା କରା ଯାଇଥିଲା । ଏହି ହତ୍ୟା ପାଇଁ ଇରାନ୍ ଓ ଏହାର ସମର୍ôଥତ ସଙ୍ଗଠନଗୁଡ଼ିକ ଇସ୍ରାଏଲକୁ ଦାୟୀ କରୁଛନ୍ତି । ପ୍ରକାଶ, ଇସମାଇଲ ହନିୟା ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ଥିଲେ । ସେ ଗାଜାରେ ହମାସ୍ ଆତଙ୍କୀ ସଂଗଠନକୁ ପରିଚାଳନା କରୁଥିଲେ । ଇସ୍ରାଏଲ ଉପରେ ହୋଇଥିବା ବର୍ବର ଆକ୍ରମଣର ହାନିୟା ମାଷ୍ଟରମାଇଣ୍ଡ ଥିବା କୁହାଯାଉଥିଲା । ସେ ନୂତନ ଇରାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଇରାନ ଗସ୍ତ କରିଥିଲେ । ଏହି ସମୟରେ ତାଙ୍କୁ ହତ୍ୟା କରାଯାଇଛି । ଏହାପୂର୍ବରୁ ଏପ୍ରିଲରେ ହାନିୟାଙ୍କ ତିନି ପୁଅ ଇସ୍ରାଏଲ୍ ସେନା ଏୟାର ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷେ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ ମଧ୍ୟ କରିନାହିଁ । ଏସବୁ ମଧ୍ୟରେ ଯେତେବେଳେ ଇରାନ୍ ପକ୍ଷରୁ ଏପ୍ରକାର ଯୁଦ୍ଧ ତଥା ଆକ୍ରମଣ ଧମକ ସାମ୍ନାକୁ ଆସିଛି ସେତେବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ପାଲଟା ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଇସ୍ରାଏଲ୍ ବିରୁଦ୍ଧରେ ଯେକୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଇରାନ୍‌କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking