26.1 C
Bhubaneswar
Sunday, September 15, 2024
Homeଦେଶ ବିଦେଶଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ; ମୁସଲିମ୍ ପକ୍ଷ ଆବେଦନ ଖାରଜ

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ; ମୁସଲିମ୍ ପକ୍ଷ ଆବେଦନ ଖାରଜ

ଲକ୍ଷ୍ନୌ:  ଉତ୍ତରପ୍ରଦେଶ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷକୁ ଆଜି ଏକ ବଡ଼ ବିଜୟ ମିଳିଛି । ଶାହି ଇଦ୍‌ଗାହ ମସ୍‌ଜିଦ୍ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଆବେଦନକୁ ଆହ୍ଲାବାଦ୍ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସିଧାଅର୍ଥରେ କହିଲେ ମସଜିଦ୍ ଉଚ୍ଛେଦକୁ ନେଇ ହିନ୍ଦୁ ପକ୍ଷ କରିଥିବା ଆବେଦନ ଉପରେ ଏଣିକି ସ୍ୱାଭାବିକ ଭାବେ ବିଚାର ଚାଲିବ । ପ୍ରକାଶ, ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିରେ ଥିବା ୧୩.୩୭ ଏକର ପରିମିତ ଏକ ଜମିକୁ ନେଇ ବିବାଦ ଲାଗିରହିଛି । ଏହି ଜମିରେ ଥିବା କେଶବଦେବ ମନ୍ଦିରକୁ ଭାଙ୍ଗି ଶାହି ଇଦ୍‌ଗାହ ମସ୍‌ଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷରୁ ଅଭିଯୋଗ ହୋଇଆସୁଛି । ମୋଗଲ ରାଜା ଔରଙ୍ଗଜେବଙ୍କ ଶାସନ କାଳରେ ଏପରି ଉଚ୍ଛେଦ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ସୁତରାଂ ଏଠାରୁ ମସ୍‌ଜିଦ ହଟାଯିବା ସହ ହିନ୍ଦୁ ମନ୍ଦିରର ରକ୍ଷଣାବେକ୍ଷଣ ଓ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାକୁ ହିନ୍ଦୁ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ ହୋଇଥିଲା । କିନ୍ତୁ ମସ୍‌ଜିଦ ତଥା ମୁସଲିମ୍ ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏଉପରେ ମୋଟ ୧୫ଟି ଆବେଦନ  କରାଯାଇଥିବା ବେଳେ ଗତ ଜୁନ୍ ୬ରେ ସମସ୍ତ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଆହ୍ଲାବାଦ ହାଇକୋର୍ଟ । ଆଜି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି । ମୁସ୍‌ଲିମ ପକ୍ଷଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇ ଥିବାବେଳେ ଆଗକୁ ହିନ୍ଦୁ ପକ୍ଷର ଆବେଦନ ଉପରେ ଶୁଣାଣି ଚାଲିବ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking