ଇସ୍ଲାମ୍ବାଦ୍: ଅନ୍ୟ ଦେଶ ବିଶେଷ କରି ଭାରତରେ ସବୁ ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ପାକିସ୍ତାନର ଉତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି । ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ସଂଘର୍ଷରେ ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ ସ୍ଥାନୀୟ ଜନଜାତି ଜିରଗାର ସହାୟତା ଓ ସମର୍ଥନରେ ଯୁଦ୍ଧରତ ଜନଜାତି ଗତ ସୋମବାର ଅସ୍ଥାୟୀ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ଅସ୍ଥିର ପାହାଡ କୁରମ ଅଂଚଳରେ ଗତ କିଛି ଦଶନ୍ଧିରେ ଜନଜାତି ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂପ୍ରଦାୟିକ ବିବାଦ ଓ ଆତଙ୍କବାଦୀ ଆକ୍ରମଣ ହୋଇଛି । ସରକାରଙ୍କ ଗୃହ ଓ ଆଦିବାସୀ ମାମଲାର ବିଭାଗ ଅନୁସାରେ, ବର୍ତମାନ କୁରମରେ ୮ଟି ବଡ ସଂଘର୍ଷ ଦେଖିବାକୁ ମିଳିଛି । ଗତ ସପ୍ତାହ ସିଆ ଓ ସୁନୀର ଦୁଇ ପରିବାର ମଧ୍ୟରେ ଏକ ସମ୍ପତ୍ତିର ମାଲିକାନାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା ।