19.1 C
Bhubaneswar
Wednesday, February 11, 2026
Homeଓଡିଶାଓଭର ବ୍ରିଜ ଦବିବା ଘଟଣା : କଂଗ୍ରେସର ଏତଲା

ଓଭର ବ୍ରିଜ ଦବିବା ଘଟଣା : କଂଗ୍ରେସର ଏତଲା

ଭୁବନେଶ୍ୱର : ଆଇଗିଣିଆ ଓଭର ବ୍ରିଜ ଦବିବା ଘଟଣା । ଖଣ୍ଡଗିରି ଥାନାରେ କଂଗ୍ରେସ ପକ୍ଷରୁ ଏତଲା ଦିାଯାଇଛି । ତେବେ ନିମ୍ନମାନର କାର୍ଯ୍ୟ ବୋଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଠିକାଦାର ଜେଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତକାଲି ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ ଓଭରବ୍ରିଜ୍‌ ପାର୍ଶ୍ୱରେ ରାସ୍ତା ଦବି ଯାଇଥିଲା ।
ତେବେ ଗତକାଲି ଅପରାହ୍ନରେ ଭୁବନେଶ୍ୱରରୁ ଏକ ମନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ତେବେ ଡୁମୁଡୁମା ନିକଟସ୍ଥ ଜାତୀୟ ରାଜପଥର ଓଭରବ୍ରିଜ୍‌ ପାର୍ଶ୍ୱରେ ହଠାତ୍‌ ଟ୍ରକ୍‌ ଚକା ଦବି ଯାଇଥିଲା। ଆଉ ଆଗକୁ ଗଡ଼ି ନଥିଲା ଟ୍ରକ୍‌। ଦେଖୁ ଦେଖୁ ଟ୍ରକ୍‌ ଚକା ଦବି ଯାଇଥିଲା। ଦୀର୍ଘ ସମୟ ଧରି ଫସି ରହିଥିଲା। ଟ୍ରକ୍‌ ଡାଲା ଖାଲିଥିବାରୁ ସେମିତି କିଛି ବଡ଼ ଧରଣର ଦୁର୍ଘଟଣା ଘଟି ନଥିଲା। ଖବର ପାଇ ଏନ୍‌ଏଚ୍‌ଏଆଇ ଓ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷ ପହଞ୍ଚିଥିଲେ। ଫସିଥିବା ଟ୍ରକ୍‌କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ସେହି ଅଞ୍ଚଳ ଦେଇ ଯିବା ଆସିବା ନକରିବାକୁ ପାଇଁ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking