25.1 C
Bhubaneswar
Saturday, February 14, 2026
Homeଓଡିଶାରଥର ଇତିହାସ : ବ୍ରିଟିସ ଦାର୍ଶନିକ ଯାହା ପରୀକ୍ଷ କରିବକୁ ଚାହୁଁଥିଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ରଥର ଇତିହାସ : ବ୍ରିଟିସ ଦାର୍ଶନିକ ଯାହା ପରୀକ୍ଷ କରିବକୁ ଚାହୁଁଥିଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ପୁରୀ : ବ୍ରିଟିସ ଦାର୍ଶନିକ ୧୮୪୭ ମସିହାରେ ଶ୍ରୀକ୍ଷେତ୍ରର ରଥଯାତ୍ରା ଦେଖି ଖାଲି ବିସ୍ମିତ ହୋଇନଥିଲେ, ବରଂ ଆଧ୍ୟାତ୍ମିକ ଭାବନା ଦେଖି ମୋହଭଙ୍ଗ ହୋଇଥିଲା। ସେ ‘ପିକଚର୍ସ ଇଲଷ୍ଟ୍ରେସନ୍‌ ଅଫ୍‌ ଆନ୍‌ସିଏଣ୍ଟ ଆର୍କିଟେକ୍‌ଚର୍‌ ଇନ୍‌ ହିନ୍ଦୁସ୍ଥାନ’ ପୁସ୍ତକର ୪୩ ପୃ୍ଷ୍ଠାରେ ଲେଖିଥିବା ‘ହିଜ ଗର୍ଡସିପ୍ସ ଜର୍ଣ୍ଣିଂ ବାଇ କାର୍‌’ ପ୍ରବନ୍ଧରେ ଅତି ଭୟଙ୍କର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଲୋକେ ରଥ ତଳେ ନିଜକୁ ସମର୍ପଣ କରିଦେଇଥାଆନ୍ତି। କେତେଜଣ ରାସ୍ତା ଉପରେ ଗଡ଼ୁଥିଲେ। କିଛି ଭକ୍ତ ଅସଙ୍ଗତ କ୍ରିୟାକଳାପ କରୁଥିଲେ। ଏହା ସତ ଯେ ଅନେକ ଭକ୍ତ ନିଜକୁ ରଥ ତଳେ ନିକ୍ଷେପ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେଠାରେ ଠିଆ ହୋଇଥିବା ଅନ୍ୟ ଲୋକମାନେ ସେମାନଙ୍କୁ ରଥ ମାଡ଼ି ଆସିବା ପୂର୍ବରୁ ଧକ୍କା ମାରି ଘୁଞ୍ଚେଇ ଦେଉଥିଲେ। ସେ ଏକଥା ବି ଲେଖିଛନ୍ତି, ମୁଁ ଚାରି ଆଡ଼େ ଗୋଟେ ଯାତ୍ରୀର ଖପୁରୀ ଖୋଜିବାକୁ ଚେଷ୍ଟା କରୁଥିଲି। ତା’ର ଭକ୍ତିଭାବକୁ ପରୀକ୍ଷା କରିବା ପାଇଁ ଚାହିଥିଲି। ପାଇଥିଲେ ଆଗ୍ରହ ବଶତଃ ନିଜ ପାଖରେ ରଖିଥାଆନ୍ତି କିନ୍ତୁ ଖପୁରୀ ତ ଦୂରର କଥା ମୁଁ ତା’ର ହାଡ଼ ଖଣ୍ଡିଏ ମଧ୍ୟ ପାଇଲି ନାହିଁ। ଏଥିରୁ ସେତେବେଳର ରଥ ସମୟରେ ଭକ୍ତମାନେ ନିଜକୁ ରଥ ତଳେ ସମର୍ପି ଦେବାର ଦୃଶ୍ୟ ବିବେଚନା କରାଯାଇପାରେ। ସେ ଲେଖିଥିଲେ ଏଭଳି ଦୁର୍ଘଟଣା ହୁଏତ କେବେ ଘଟିଥିବା ଓ ଇଣ୍ଡିଆ ହାଉସ୍‌ର ଧର୍ମପ୍ରଚାରକ ଓ ପ୍ରବଚକମାନଙ୍କର ଯଦି ଏ ବିଷୟରେ କୌଣସି ଦିଗଦର୍ଶନ ଥାଏ ତାହେଲେ ସମ୍ଭବତଃ ସେମାନେ ଏହାର ଉତ୍ତର ରଖିବେ।
ଫରଗୁସନ ଏକଥା ବି ଉଲ୍ଲେଖ କରିଛନ୍ତି, ମୁଁ ଯେଉଁବର୍ଷ ରଥଯାତ୍ରା ଦେଖିଲି ସେବର୍ଷ ତାଙ୍କର ରଥ କିଛି ବାଟ ଅଗ୍ରସର ହେବା ପରେ କାଦୁଅରେ ଅଟକି ଯାଇଥିଲା। ରାସ୍ତା ଏତେ କର୍ଦ୍ଦମାକ୍ତ ଥିଲା ଯେ ଠାକୁରଙ୍କୁ ତାଙ୍କର ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ତିନିଦିନ ଲାଗିଗଲା। ଏତେ ବଡ଼ ରଥ ମୁଁ କେଉଁଠାରେ ଦେଖିନାହିଁ କିମ୍ବା କୌଣସି ଯାତ୍ରାରେ ଏତେ ଜନ ସମାଗମ ଦେଖିନାହିଁ। ଧର୍ମ ପ୍ରଚାରକମାନେ ତୀର୍ଥକର ପାଇବା ପର୍ଯ୍ୟନ୍ତ ପାଟିତୁଣ୍ଡ କରୁଥିଲେ। ସରକାରଙ୍କ ହସ୍ତକ୍ଷେପ ବନ୍ଦ ହେବାର ପ୍ରଥମ ବର୍ଷରେ ୮ ଜଣ ତୀର୍ଥଯାତ୍ରୀ ରଥ ତଳେ ଆତ୍ମାହୁତି ଦେଇଥିଲେ। ଶୁଣାଯାଏ ଏହା ଇଚ୍ଛାକୃତ ନଥିଲା। ଭୁଲବଶତଃ ରଥ ଚକ ଭିତରେ ପଶିଯିବା ଦ୍ବାରା ସେମାନଙ୍କର ମୃତ୍ୟୁ ଘଟିଥିଲା ବୋଲି ସେ ଉଲ୍ଲେଖ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking