25.1 C
Bhubaneswar
Friday, March 6, 2026
Homeଓଡିଶାଗଛରୁ ପଡି ଯୁବକଙ୍କ ମୃତ୍ୟୁ

ଗଛରୁ ପଡି ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ବାତେରଲିମା ପଞ୍ଚାୟତ ଟୁରିଗୁଡା ଗାଁର ଜଣେ ଯୁବକ ଗଛରୁ ପଡି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବାତେରଲୀମା ପଞ୍ଚାୟତ ଟୁରୀଗୁଡା ଗ୍ରାମର ଲଛମନ ମାଝୀ ଅପରାହ୍ନରେ ପଣସ ଗଛରୁ ପଣସ ତୋଳୁଥିବା ବେଳେ ଗଛରୁ ଗୋଡ ଖସିଯିବାରୁ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର କରି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଲଛମନ ମାଝୀଙ୍କ ରାତିରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking