34.1 C
Bhubaneswar
Friday, May 8, 2026
Homeଓଡିଶାତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଅନୁଗୁଳ: ତାଳଚେର ପୌରପାଳିକାରେ ବିଜେଡିକୁ ମୂଳପୋଛ କରିବାକୁ ବିଜେପିର ଉଦ୍ୟମ । ନିକଟରେ ତାଳଚେର ପୌରପାଳିକାର ନଗରପାଳଙ୍କ ସମେତ ୧୩ କାଉନସିଲର ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବେଳେ ଆଜି ପୌରପାଳିକାର ବିଜେଡି ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲେ ପୌରପାଳିକାର ୧୬ କାଉନସିଲର । ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲରଙ୍କ ଅଭିଯୋଗ, ଉପନଗରପାଳ ଦୀର୍ଘଦିନ ହେଲା କାର୍ଯ୍ୟାଳୟକୁ ନ ଆସିବା ସହ କାଉନସିଲ ବୈଠକରେ ଅନୁପସ୍ଥିତ ରହୁଥିଲେ। ଯେଉଁଥିପାଇଁ ତାଳଚେର ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।ତେଣୁ ତାଙ୍କୁ ଉପନଗରପାଳ ପଦରୁ ହଟାଇବା ପାଇଁ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସେମାନେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଅନାସ୍ଥା ପ୍ରସ୍ତାବ ଦାବିପତ୍ର ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking