ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଧମାନଡଙ୍ଗା ପଞ୍ଚାୟତର କନ୍ଧବାହାଲ ଗାଁରେ କିଡନୀ ରୋଗ ଆତଙ୍କ। ଅନେକ ବର୍ଷ ହେଲା କିଡନୀ ରୋଗରେ ଲୋକ ଆକ୍ରାନ୍ତ ହୋଇ ରହିଥିବା ବେଳେ ବର୍ଷକ ଭିତରେ ୨୫ ରୁ ଅଧିକ ମୃତ୍ୟୁ ହୋଇଥିବା ଆଶ୍ଚର୍ଯ୍ୟ କରିଛି । ଶୁଦ୍ଧ ପିଇବା ପାଣି ମୁନ୍ଦାଏ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି।ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଧମାନଡ଼ଙ୍ଗା ପଞ୍ଚାୟତ କନ୍ଧବାହାଲ ଗାଁରେ କାୟା ମେଲାଉଛି କିଡନି ରୋଗ। ବର୍ଷକ ଭିତରେ ୨୫ରୁ ଅଧିକ ଜଣଙ୍କ କିଡନିରେ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ୫୦ରୁ ଅଧିକ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି। ଗାଁର ପରାଭୁଏ ପଡା, ସ୍କୁଲ ପଡା ଓ ବସ୍ତି ଅଞ୍ଚଳରେ ସ୍ଥିତି ସଙ୍ଗୀନ। ଘରେ ଘରେ ଦେଖିବାକୁ ମିଳୁଛନ୍ତି କିଡ୍ନି ରୋଗୀ। ଗାଁରେ ସ୍ୱଚ୍ଛ ପିଇବା ପାଣିର ଅଭାବ ହିଁ ମାରାତ୍ମକ ରୋଗର କାରଣ ସାଜିଥିବା ଅଭିଯୋଗ ହୋଇଛି ।










