ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଓଡ଼ିଶା ଓ ବିହାର ଫର୍ମୁଲା ଗ୍ରହଣ କରିପାରେ ବିଜେପି। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ। ଜଣେ ମହିଳା ବିଧାୟିକାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବାରେ ସମ୍ଭାବନା ରହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ଭାବି ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ।ବିଜେପି ସାଂସଦ ଜ୍ୟୋତିର୍ମୟ ସିଂହ ମହାତୋ କହିଛନ୍ତି, ପ୍ରଥମ ଥର ପଶ୍ଚିମବଙ୍ଗରେ ଜଣେ ହିନ୍ଦୁ ହୃଦୟର ସମ୍ରାଟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦୀର୍ଘଦିନ ହେଲା ମୁସଲମାନ ତୁଷ୍ଟିକରଣ ଚାଲିଥିଲା। ଟିଏମ୍ସି ପଶ୍ଚିମବଙ୍ଗକୁ ପାକିସ୍ତାନରେ ପରିଣତ କରିଦେଇଥିଲେ।ଏପଟେ ଶନିବାର ଶପଥ ଗ୍ରହଣ ଉତ୍ସବ ପାଇଁ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡ ସଜେଇ ହେଉଛି।










