31.1 C
Bhubaneswar
Friday, February 13, 2026
Homeଓଡିଶାଦୁଇ ମାଇନିଂ ଅଧିକାରୀଙ୍କୁ ଘେରିଲେ ମାଫିଆ

ଦୁଇ ମାଇନିଂ ଅଧିକାରୀଙ୍କୁ ଘେରିଲେ ମାଫିଆ

ଉଦଳା : ବାଲି ବୋଝେଇ ଟ୍ରାକ୍ଟରକୁ କରିଥିଲେ ଫାଇନ । ବେଆଇନ ବାଲି ଚୋରା ଚାଲାଣ ବେଳେ ଫାଇନ ପକାଇବାରୁ କପ୍ତିପଦା ଥାନା ବଡ଼ବିଶୋଳ ଛକରେ ମାଇନିଂ ଅଧିକାରୀଙ୍କୁ ଅଟକ ରଖିଛନ୍ତି ମାଫିଆ। ଶନିବାର ସକାଳୁ ମାଇନିଂ ବିଭାଗର ମୟୂରଭଞ୍ଜ ଡେପୁଟି ଡାଇରେକ୍ଟ ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ। ୩ଟି ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ କରିଥିଲେ। ମୋଟା ଅଙ୍କର ଫାଇନକୁ ବିରୋଧ କରି ବଡ଼ବିଶୋଳ ଛକ ନିକଟରେ ଗାଡି ସହିତ ଅଧିକାରୀଙ୍କୁ ଅଟକ ରଖିଥିଲେ ମାଫିଆମାନେ। ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ହେବ ଅଧିକାରୀଙ୍କ ଗାଡିକୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ କଣ ପାଇଁ କରାଯାଉଛି ତାହାକୁ ନେଇ ଘେରିଛନ୍ତି ମାଫିଆ। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking