31.1 C
Bhubaneswar
Wednesday, March 25, 2026
Homeଅପରାଧଆପାର୍ଟମେଣ୍ଟରେ ଆଖିବୁଜା ଗୁଳିମାଡ଼ : ୫ ମୃତ

ଆପାର୍ଟମେଣ୍ଟରେ ଆଖିବୁଜା ଗୁଳିମାଡ଼ : ୫ ମୃତ

ଆମେରିକା : ଆମେରିକାର ଲାସ୍‌ ଭେଗାସ୍‌ ସହରରେ ଘଟିଛି ଅଭାବନୀୟ ଘଟଣା। ଆପାର୍ଟମେଣ୍ଟ ପରିସରେ ହୋଇଛି ଆଖିବୁଜା ଗୁଳିମାଡ଼। ମଙ୍ଗଳବାର ସକାଳେ ଏହି ଗୁଳିମାଡ଼ ହୋଇଛି । ଲାସ ଭେଗାସରେ ଥିବା ଦୁଇଟି ଆପାର୍ଟମେଣ୍ଟ ପରିସରେ ଜଣେ ବନ୍ଧୁକଧାରୀ ପଶି ଆସି ଆଖିବୁଜା ଗୁଳିମାଡ଼ କରିଥିଲା। ଉତ୍ତର ଲାସ୍‌ ଭେଗାସ ପୁଲିସଙ୍କ କହିବା ଅନୁଯାୟୀ, ଏହି ଗୁଳିମାଡ଼ରେ ୪ ଜଣ ମହିଳା ସମେତ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ୧୩ ବର୍ଷର ଜଣେ ବାଳିକା ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ତା’ର ଚିକିତ୍ସା ଚାଲିଛି। ସେପଟେ ୪୭ ବର୍ଷୀୟ ଅଭିଯୁକ୍ତ ଏରିକ ଏଡମ୍ସ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟାଇଛି। ଇଷ୍ଟ ଲେକ୍‌ ମିଡ୍‌ ବୁଲେଓ୍ୱାର୍ଡରେ ଏରିକ୍‌ ଲୁଚି ରହିଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ସେଠାରେ ପହଞ୍ଚି ଏରିକ୍‌କୁ ଘେରି ଯାଇ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ଏରିକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking