28.1 C
Bhubaneswar
Saturday, September 28, 2024
Homeଅପରାଧସମଲିଙ୍ଗୀ ସମ୍ପର୍କରୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର: ଦୁଇଟି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ । ସହରରେ ଗତ ଦୁଇଦିନ ମଧ୍ୟରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସମ୍ବଲପୁର ସଦର ଏସଡ଼ିପିଓ ତୋଫାନ ବାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସର ଅନୁସାରେ, ଗତ ୨୦ ତାରିଖ ସକାଳ ସମୟରେ ଶାସନ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ଯୁବକ ଜଣକ ସହରର ଶାନ୍ତିନଗର ମାତୃ ବିହାରର ରାଜା ବିଶି ହୋଇଥିବା ଜଣାପଡ଼ିଛି । ରାଜା ଗତ ୧୯ ତାରିଖ ସନ୍ଧ୍ୟାରେ ଶାସନ କେନାଲକୁ ତାଙ୍କ ବନ୍ଧୁ ଆକାଶ ରଞ୍ଜନ ନାଗଙ୍କ ସହ ଯାଇଥିଲେ । ସେଠାରେ ରାଜା ଆକାଶଙ୍କୁ ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଯାହାଫଳରେ ଆକାଶ ରାଜାଙ୍କୁ କେନାଲ ତଳକୁ ଠେଲି ଦେଇ ସାଙ୍ଗରେ ନେଇଥିବା ଏକ ବ୍ୟାଟରେ ରାଜାର ମୁଣ୍ଡକୁ ଆକ୍ରମଣ କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ତେବେ ଘଟଣାସ୍ଥଳରେ ହିଁ ରାଜାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ରାଜା ପୂର୍ବରୁ ଆକାଶ ସହ ସମଲିଙ୍ଗୀ ସମ୍ପର୍କ ରଖି ଆସୁଥିଲା । ଏପରିକି ରାଜା ଏହି ସମ୍ପର୍କକୁ ନେଇ ଆକାଶକୁ ବାରମ୍ବାର ଟଙ୍କା ମଧ୍ୟ ମାଗୁଥିଲା । ଆକାଶ ଲୋକଲଜ୍ଜା ଭୟରେ ପୂର୍ବରୁ ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦେଇଥିଲା । ଏହାପରେ ମଧ୍ୟ ରାଜା ଆହୁରି ୨୮ ହଜାର ଟଙ୍କା ଆକାଶକୁ ମାଗୁଥିଲା । ଯେଉଁ କାରଣରୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆଜି ଶାସନ ପୋଲିସ ଆକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking