30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଗ୍ୟାଙ୍ଗ୍‌ଷ୍ଟର ଆରିଫ୍‌ ଶେଖ୍‌ ମୃତ

ଗ୍ୟାଙ୍ଗ୍‌ଷ୍ଟର ଆରିଫ୍‌ ଶେଖ୍‌ ମୃତ

ମୁମ୍ବାଇ : ଆରିଫ ଅବୁବାକର ଶେଖ, ଯିଏକି ଆରିଫ ଭଜନ ଏବଂ ଗ୍ୟାଙ୍ଗଷ୍ଟର ଛୋଟା ଶକିଲଙ୍କ ସଂପର୍କୀୟ, ମୁମ୍ବାଇର ଜେଜେ ହସ୍ପିଟାଲରେ ହୃଦଘାତ ହେତୁ ଜୁନ୍ ୨୧ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ସେ ଆର୍ଥର ରୋଡ ଜେଲରେ ଦିନକାଟୁଥିଲା। ସ୍ବାସ୍ଥ୍ୟଜନିତ ସମସ୍ୟା କାରଣରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲା। ତେବେ ଶକିଲର ମୃତ୍ୟୁ ନେଇ ମେଡିକାଲ ଟିମ୍‌ ପକ୍ଷରୁ ଜେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଶକିଲକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଦାଉଦ୍‌ ଇବ୍ରାହୀମ ଠାରୁ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଇବା ମାମଲାରେ ଗିରଫ କରିଥିଲା। ଏନ୍ଆଇଏ ୨୦୨୨ ମସିହାରେ ଆରିଫ ଭାଇଜାନକୁ ଗିରଫ କରିଥିଲା। ଏହା ପରେ ଆରିଫ ଆରିଫ୍‌ର ଆବାସିକ ସଂପତ୍ତି ଜବତ କରାଯାଇଛି। ଏନ୍‌ଆଇଏ ଅନୁସାରେ ଆରିଫ୍‌‌ ଶେଖ୍‌ ମୁମ୍ବାଇର ପଶ୍ଚିମ ଉପନଗରରେ ଆତଙ୍କବାଦୀ ଗତିବିଧିରେ ସଂପୃକ୍ତି ରଖିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking