21.1 C
Bhubaneswar
Saturday, February 14, 2026
Homeଓଡିଶାଭକ୍ତମୟ ହୋଇ ଉଠିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡଦାଣ୍ଡ ଭକ୍ତ ଓ ଭଗବାନଙ୍କ ଅପୂର୍ବ...

ଭକ୍ତମୟ ହୋଇ ଉଠିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡଦାଣ୍ଡ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

ମୟୂରଭଞ୍ଜ : ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁଙ୍କ ମନ୍ଦିରରେ ପବିତ୍ର ଦେବସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି। ଭକ୍ତଙ୍କ ଗହଣରେ ସ୍ନାନ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। କାଳିଆ ସାଆନ୍ତଙ୍କୁ ସ୍ନାନବେଦୀରେ ଦେଖି ଭକ୍ତିରେ ଅତ୍ମବିଭୋର ହୋଇ ଯାଇଥିଲେ ଭକ୍ତମାନେ। ଭୋର ପ୍ରାୟ ୪ଟା ସମୟରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ସରିବା ପରେ କ୍ରମାନ୍ବୟରେ ଗୋଟି ପହଣ୍ଡି ହୋଇ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନବେଦୀକୁ ବିଜେ ହୋଇଥିଲେ। ପରମ୍ପରା ଅନୁସାରେ ସ୍ନାନବେଦୀରେ ଗଙ୍ଗାଦେବୀଙ୍କୁ ଆବାହନ ପୂର୍ବକ ମହାପ୍ରଭୁ ଜଗନ୍ନାଥ, ଦେବୀ ସୂଭଦ୍ରା ଏବଂ ବଡଭାଇ ବଳଭଦ୍ରଙ୍କ ପୂଜାପଣ୍ଡା ମାନେ ସଂକଳ୍ପ କରାଯାଇଥିଲା। ପରେ ପରେ ଆରମ୍ଭ ହୋଇଥିଲା ଶ୍ରୀ ଜୀଉ ମାନଙ୍କ ସ୍ନାନ ନୀତି। ପ୍ରଥମେ ପଂଚାମୃତ ତାପରେ ଗଙ୍ଗାଜଳ ଏବଂ ଶେଷରେ ପଇଡ଼ ପାଣିରେ ସ୍ନାନ କରାଯାଇଥିଲା। ଏହାପରେ ମହାପ୍ରଭୁମାନଙ୍କୁ ପ୍ରତ୍ୟେକଙ୍କୁ ୧୦୮ ଗରା ଲେଖାଏଁ ଶୁଦ୍ଧ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସ୍ନାନକାର୍ଯ୍ୟ ପରେ ମହାପ୍ରଭୁଙ୍କର ଅଙ୍ଗପୋଛା ଯାଇ ନୂତନ ବସ୍ତ୍ର ପରିଧାନ କରିଥିଲେ ମହାପ୍ରଭୁ ମାନେ। ଏହାପରେ ମହାପ୍ରଭୁ ମାନଙ୍କ ଦେହରେ ଚନ୍ଦନ ଲାଗି କରା ଯାଇ ସମସ୍ତ ନୀତିକାନ୍ତି କରାଯାଇଥିଲା। ଦେବନୀତି ସମ୍ପନ୍ନ ହେବାପରେ ଦିନ ତମାମ ଭକ୍ତଙ୍କ ଦର୍ଶନ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ସାହାଣମେଲା କରା ଯାଇଥିଲା। ରାତ୍ରି ପ୍ରାୟ ସାଢେ ୧୦ ଟା ସମୟରେ ସ୍ନାନବେଦୀ ଉପରେ ଶ୍ରୀ ଜୀଉ ମାନେ ଗଜବେଶ ଧାରଣ କରିବେ । ଗଜବେଶରେ ଦର୍ଶନ ଦେବା ପରେ ମହାପ୍ରଭୁମାନଙ୍କୁ ପୁଣି ଗୋଟି ପହଣ୍ଡିରେ ଅଣସର ପିଣ୍ଡୀକୁ ବିଜେ କରିବେ । ଚଳିତ ବର୍ଷ ପୁଣି ଦେଖିବାକୁ ମିଳିଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ। ହରିବୋଲ ହୁଳହୁଳୀ ରେ ପ୍ରକମ୍ପିତ ହୋଇ ଉଠିଥିଲା ଦ୍ବିତୀୟ ଶ୍ରୀକ୍ଷେତ୍ର ର ବଢଦାଣ୍ଡ। ଦ୍ବିତୀୟ ଶ୍ରୀକ୍ଷେତ୍ର ର ବଡଦାଣ୍ଡ ପୁଣି ଦେଖା ଦେଇଛି ପ୍ରବଳ ଭକ୍ତଙ୍କ ସମାବେଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking