ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ । ତେବେ କେଉଁ ଶୋଭାଯାତ୍ରା କି ରାସ୍ତାରେ ଯାଉଥିବାବେଳେ ଏହି କାଳିମାଡ଼ ହୋଇନି, ବରଂ କଂଗ୍ରେସ ଭବନ ଭିତରେ ହିଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନସ୍ଥିତ ତାଙ୍କ ଚାମ୍ବରରେ ବସିଥିଲେ । ତେବେ ହଠାତ କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇଥିଲେ । କେହି କିଛି ବୁଝିବା ଆଗରୁ ସମ୍ପୃକ୍ତ ଯୁବକମାନେ ଶରତ ପଟ୍ଟନାୟକଙ୍କୁ ଉପରକୁ କାଳିମାଡ଼ କରିଥିଲେ । ତେବେ ସମ୍ପୃକ୍ତ ଯୁବକମାନେ ଅସନ୍ତୁଷ୍ଟ ଗୋଷ୍ଠୀର ବୋଲି କୁହାଯାଇଛି । ତେବେ ଏଭଳି ଘଟଣା ପରେ କଂଗ୍ରେସର ପୁରୁଣା ରୋଗ ଫେରିଥିବା କୁହାଯାଉଛି ।