22.1 C
Bhubaneswar
Friday, February 13, 2026
Homeଓଡିଶାଦୀପାଳିଙ୍କ ଆବେଦନ ଇସିଆଇରେ ଗୃହୀତ

ଦୀପାଳିଙ୍କ ଆବେଦନ ଇସିଆଇରେ ଗୃହୀତ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଆସନର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ନିର୍ବାଚନ ଫଳାଫଳକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି ଇସିଆଇ ନିକଟରେ କରିଥିବା ଅଭିଯୋଗକୁ ନେଇ ବଡ଼ ଖବ ଆସିଛି । ଦୀପାଳି ଯେଉଁ ଇଭିଏମ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ, ତାହା ଗୃହୀତ ହୋଇଛି । ସେ ଇଭିଏମ ଯାଞ୍ଚ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଚେକିଂ ଓ ଭେରିଫିକସନ ପାଇଁ ଇସିଆଇ ଦୀପାଳିଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାଯାଇଛି । ଫଳରେ ଝାରସୁଗୁଡ଼ାର ୧୩ ପୋଲିଂ ଷ୍ଟେସନର ଇଭିଏମ ଯାଞ୍ଚ କରାଯିବାକୁ ଇସିଆଇ ଅନୁମତି ପ୍ରଦାନ କରିଛନ୍ତି । ପ୍ରକାଶ ଯେ ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ ଭୋଟ୍‌ ଗଣତିରେ ବା ନିର୍ବାଚନରେ ଇଭିଏମ୍‌ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିିଥିଲେ । ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିବା ବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ପଠାଇଥିଲା । ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଚଳିତ ନିର୍ବାଚନର ଭୋଟ୍‌ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା। ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଥିଲେ। ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ୟ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking