23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି

ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି

ଚେନ୍ନାଇ : ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସରକାର, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ାଇଛି। ବିଷାକ୍ତ ମଦ ପିଇବା ଯୋଗୁଁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଓ ଶତାଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାକୁ ନେଇ ଡିଏମ୍‌କେ ନେତୃତ୍ବରେ ପରିଚାଳିତ ତାମିଲନାଡୁର ସରକାର ଚିନ୍ତାରେ ପଡ଼ିଯାଇଛି। ଅନ୍ୟପଟରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଅନ୍ୟ ୧୦୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଲ୍ଲାକୁରିଚୀ ଜିଲ୍ଲାପାଳ ଏମ୍‌ଏସ୍‌ ପ୍ରଶାନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। କଲ୍ଲାକୁରିଚୀର ଜିଲ୍ଲାପାଳ ଏମ୍‌ଏସ୍‌ ପ୍ରଶାନ୍ତ ଜିଲ୍ଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି ଥିବା ଆକ୍ରାନ୍ତଙ୍କୁ ଭେଟିଛନ୍ତି। ବେଆଇନ୍ ମଦ ବିକ୍ରି ମାମଲାରେ କେ କନ୍ନୁକୁଟ୍ଟୀ (୪୯)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପାଖରୁ ୨୦୦ ଲିଟର ବେଆଇନ ମଦ ଜବତ ହୋଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ମଦରେ ପ୍ରଚୁର ପରିମାଣରେ ‘ମେଥନଲ’ ଥିଲା। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ବିଷାକ୍ତ ମଦ ମୃତ୍ୟୁ ଘଟଣା ସଂପର୍କରେ ଅବଗତ ହେଲା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଷାକ୍ତ ମଦ ବିକ୍ରି ନିୟନ୍ତ୍ରଣରେ ବିଫଳ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking