31.1 C
Bhubaneswar
Friday, May 10, 2024
Homeଅପରାଧବୃଦ୍ଧ ବାପାକୁ ହତ୍ୟା କଲା ସୈତାନ ପୁଅ

ବୃଦ୍ଧ ବାପାକୁ ହତ୍ୟା କଲା ସୈତାନ ପୁଅ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଘେନୁୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କଲା ସୈତାନ ପୁଅ। ବାପାକୁ ହତ୍ୟା କରି ଫେରାର ମାରିଲା ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ବାପା ଲିଙ୍ଗରାଜ ଅଚେତ ହେବାରୁ ପୁଅ ଫେରାର ମାରିଥିଲା। ତେବେ ସ୍ଥାନୀୟ ଲୋକେ ବାପକୁ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking