ନୂଆଦିଲ୍ଲୀ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାରଲାଇନ୍ସ ଗୋ-ଫାର୍ଷ୍ଟ ମେ’ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ରଦ୍ଦ କରିଦେଇଛି । ଏହା ପୂର୍ବରୁ ଶୁକ୍ରବାର ଉଡ଼ାଣକୁ ମେ’ ୨୮ ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଯାଇଥିଲା । ପରେ ଏୟାରଲାଇନ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲା । ତେବେ ସମସ୍ତ ଯାତ୍ରୀଙ୍କ ପୂରା ଟିକେଟ୍ ମୂଲ୍ୟ ଫେରସ୍ତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ପାଲଘରରେ ଭୂକମ୍ପର ଡବଲ୍ ଝଟ୍କା
ମୁମ୍ବାଇ: ମହାରାଷ୍ଟ୍ରର ପାଲ୍ଘରରେ ଶନିବାର ସନ୍ଧ୍ୟାରେ ଭୂକମ୍ପର ଦୁଇଟି ଝଟ୍କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ୩.୫ ତୀବ୍ରତାର ପ୍ରଥମ ଝଟ୍କା ଅନୁଭୂତ ହୋଇଥିଲା । ଏହାପରେ ୫ଟା ୨୮ ମିନିଟ୍ରେ ୩.୩ ତୀବ୍ରର ଦ୍ୱିତୀୟ ଝଟ୍କା ହୋଇଥିଲା । ତେବେ ଏଥିରେ ଜନଜୀବନ କ୍ଷତିର କୌଣସି ସୂଚନା ମିଳିନାହିଁ ।