ପୁଣେ: ଘରୋଇ ଏୟାରଲାଇନ୍ସ ଗୋଫାଷ୍ଟ୍ ପକ୍ଷରୁ ଚଳିତମାସ ୯ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ବାତିଲ କରାଯାଇଛି । ଦେବାଳିଆ ହୋଇପଡିଥିବା ଏହି ଏୟାରଲାଇନ୍ସ ପ୍ରଥମେ ଦୁଇଦିନ ପାଇଁ ଅର୍ଥାତ ମେ’ ୩ ଓ ୪ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ରଦ୍ଦ କରିଥିଲା । ତେବେ ଗୁରୁବାର ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏହି ସମୟସୀମା ମେ’ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଫଳରେ ଅଗ୍ରୀମ ଟିକଟ ବୁକିଂ କରିଥିବା ସହସ୍ରାଧିକ ଯାତ୍ରୀଙ୍କୁ ନିରାଶ ହେବାକୁ ପଡିଛି । ଅବଶ୍ୟ ଏଭଳି ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରସ୍ତ କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।