35.1 C
Bhubaneswar
Sunday, May 19, 2024
Homeବିଜିନେସ୍୩୫୦୦ କର୍ମଚାରୀଙ୍କୁ ଛଟେଇ କରିବ କଗ୍‌ନିଜାଣ୍ଟ୍‌

୩୫୦୦ କର୍ମଚାରୀଙ୍କୁ ଛଟେଇ କରିବ କଗ୍‌ନିଜାଣ୍ଟ୍‌

ନୂଆଦିଲ୍ଲୀ : ଆମେରିକାର ସଫ୍ଟୱେୟାର କମ୍ପାନୀ କଗ୍‌ନିଜାଣ୍ଟ୍ ଖୁବଶୀଘ୍ର ୩୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। ତେବେ ଏହା ମୋଟ କର୍ମଚାରୀ ସଂଖ୍ୟାର ମାତ୍ର ୧ ପ୍ରତିଶତ ବୋଲି ଜଣାପଡିଛି । ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଲାଭାଂଶ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇଛି । ଏହି କାରଣରୁ ଆଗାମୀ ଦୁଇବର୍ଷ ପାଇଁ କମ୍ପାନୀ କାର୍ଯ୍ୟଧାରା ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଅପରପକ୍ଷରେ ଚଳିତ ଆର୍ôଥକବର୍ଷରେ କମ୍ପାନୀର ଲାଭ ନିଶ୍ଚିତଭାବେ ଅଧିକ ରହିବ ବୋଲି ସିଇଓ ରବି କୁମାର ଆଶାବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଆର୍ôଥକ ମାନ୍ଦାବସ୍ଥା ଯୋଗୁଁ ବିଶ୍ୱର ଏକାଧିକ ନାମୀ ସଫ୍ଟୱେୟାର କମ୍ପାନୀଗୁଡିକ କର୍ମଚାରୀ ଛଟେଇ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking