36.1 C
Bhubaneswar
Sunday, May 19, 2024
Homeବିଜିନେସ୍‘ଧାରା’ ବ୍ରାଣ୍ଡ୍ ଖାଇବା ତେଲ ଦର କମିଲା

‘ଧାରା’ ବ୍ରାଣ୍ଡ୍ ଖାଇବା ତେଲ ଦର କମିଲା

ନୂଆଦିଲ୍ଲୀ : ମଦର ଡେୟାରୀ ଦ୍ୱାରା ପ୍ରସ୍ତୁତ ‘ଧାରା’ ବ୍ରାଣ୍ଡ୍ ଖାଇବା ତେଲ ମୂଲ୍ୟ ହ୍ରାସ କରାଯାଇଛି । ଗୁରୁବାରଠାରୁ ଏହି ତେଲ ଲିଟର ପିଛା ୧୫ରୁ ୨୦ ଟଙ୍କା ଶସ୍ତା ହୋଇଛି । ଆସନ୍ତା ସପ୍ତାହରେ ତେଲ ବୋତଲ ଉପରେ ସଂଶୋଧିତ ଏମଆରପି ମୁଦ୍ରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ‘ଧାରା’ ବ୍ରାଣ୍ଡ୍‌ରେ ଉପଲବ୍ଧ ସୋୟାବିନ, ସନ୍‌ଫ୍ଲାୱାର, ରାଇସ୍‌ବ୍ରାନ୍ ଏବଂ ନଡିଆ ତେଲ ପାଇଁ ଏହା କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ୧ ଲିଟର ସୋୟାବିନ ତେଲ ୧୭୦ ପରିବର୍ତ୍ତେ ୧୫୦ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ରାଇସ୍‌ବ୍ରାନ୍ ତେଲ ଲିଟର ପିଛା ୧୯୦ରୁ ୧୭୦ ଟଙ୍କାକୁ, ସନ୍‌ଫ୍ଲାୱାର ତେଲ ୧୭୫ରୁ ୧୬୦ ଟଙ୍କାକୁ ହ୍ରାସ କରାଯାଇଛି । ମଦର ଡେୟାରୀ ମୁଖ୍ୟତଃ ଦୁଗ୍ଧଜାତ ସାମଗ୍ରୀ (କ୍ଷୀର, ଦହି, ପନିର, ଘିଅ) ବିକ୍ରି କରୁଥିବାବେଳେ ଖାଇବା ତେଲ ମଧ୍ୟ ପ୍ରସ୍ତୁତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking