ନୂଆଦିଲ୍ଲୀ : ଉଦ୍ଭିଦ ,ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ବାୟୁ ଏବଂ ଜଳ ଅତ୍ୟନ୍ତ ଆବଶ୍ୟକ। ଆମ ଶରୀରରେ ୭୦ ଭାଗ ଜଳ ହିଁ ରହିଛି । ଜଳର ବ୍ୟବହାର ଆମର ଦୈନନ୍ଦିନ ଜୀବନରେ ମଧ୍ୟ ରହିଛି । ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ଯଦିଓ ଜଳର ମୂଲ୍ୟ ବିଷୟରେ କେହି ଆଲୋଚନା କରନ୍ତି ନାହିଁ । ଆମ ଦେଶରେ ଜଳର ମୂଲ୍ୟ ଖୁବ୍ କମ୍ ରହିଛି । କିନ୍ତୁ ଆଜି ଆମେ ଏପରି ଏକ ଜଳ ବିଷୟରେ ଆପଣଙ୍କୁ କହିବୁ । ଯେଉଁ ପାଣି ବା ଜଳର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ମୂଲ୍ୟ ଆକାଶକୁ ଛୁଆଁ ବୋଲି କୁହାଯାଇପାରିବ ।
ତେବେ, ବିଶ୍ବର ମହଙ୍ଗା ପାଣିର ନାଁ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି। ଏହା ଦୁନିଆର ସବୁଠାରୁ ମହଙ୍ଗା ଜଳ ବୋଲି କୁହାଯାଏ। ଏହାର ମୂଲ୍ୟ ହେତୁ ଏହି ଜଳର ନାମ ବିଶ୍ୱ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ବାସ୍ତବରେ, ମାର୍ଚ୍ଚ ୨୦୧୦ ରେ, ଏହି କମ୍ପାନୀର ଏକ ବୋତଲ ନିଲାମ କରାଯାଇଥିଲା,ଯାହା ସେହି ସମୟରେ ୬୦ ହଜାର ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୯ ଲକ୍ଷ ଟଙ୍କା ।