28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଶ୍ବର ସବୁଠୁ ମହଙ୍ଗା ପାଣିର ଲିଟର ପିଛା ଦର କେତେ? ଜାଣନ୍ତୁ

ବିଶ୍ବର ସବୁଠୁ ମହଙ୍ଗା ପାଣିର ଲିଟର ପିଛା ଦର କେତେ? ଜାଣନ୍ତୁ

ନୂଆଦିଲ୍ଲୀ : ଉଦ୍ଭିଦ ,ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ବାୟୁ ଏବଂ ଜଳ ଅତ୍ୟନ୍ତ ଆବଶ୍ୟକ। ଆମ ଶରୀରରେ ୭୦ ଭାଗ ଜଳ ହିଁ ରହିଛି । ଜଳର ବ୍ୟବହାର ଆମର ଦୈନନ୍ଦିନ ଜୀବନରେ ମଧ୍ୟ ରହିଛି । ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ଯଦିଓ ଜଳର ମୂଲ୍ୟ ବିଷୟରେ କେହି ଆଲୋଚନା କରନ୍ତି ନାହିଁ । ଆମ ଦେଶରେ ଜଳର ମୂଲ୍ୟ ଖୁବ୍ କମ୍ ରହିଛି । କିନ୍ତୁ ଆଜି ଆମେ ଏପରି ଏକ ଜଳ ବିଷୟରେ ଆପଣଙ୍କୁ କହିବୁ । ଯେଉଁ ପାଣି ବା ଜଳର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ମୂଲ୍ୟ ଆକାଶକୁ ଛୁଆଁ ବୋଲି କୁହାଯାଇପାରିବ ।

ତେବେ, ବିଶ୍ବର ମହଙ୍ଗା ପାଣିର ନାଁ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି। ଏହା ଦୁନିଆର ସବୁଠାରୁ ମହଙ୍ଗା ଜଳ ବୋଲି କୁହାଯାଏ। ଏହାର ମୂଲ୍ୟ ହେତୁ ଏହି ଜଳର ନାମ ବିଶ୍ୱ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ବାସ୍ତବରେ, ମାର୍ଚ୍ଚ ୨୦୧୦ ରେ, ଏହି କମ୍ପାନୀର ଏକ ବୋତଲ ନିଲାମ କରାଯାଇଥିଲା,ଯାହା ସେହି ସମୟରେ ୬୦ ହଜାର ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୯ ଲକ୍ଷ ଟଙ୍କା ।

ବାସ୍ତବରେ ଏହି ବୋତଲରେ ଥିବା  ପାଣିରେ ସୁନା ପରି ଦିଶୁଥିବା କିଛି ଜିନିଷ ମିଶାଯାଇଥାଏ। ଯେଉଁ କାରଣରୁ ଏହି ବୋତଲର ଜଳ କ୍ଷାରୀ ହୋଇଯାଏ।  ଏବଂ ମୂଲ୍ୟ ମଧ୍ୟ ଅଧିକ ଥାଏ। ତେବେ, ବର୍ତ୍ତମାନ ଏହି ବୋତଲେ ଥିବା ଲିଟର ପିଛା ଜଳର ଦାମ୍ ୪୫ ଲକ୍ଷ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking