29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶଖରାଦିନେ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଫଳ

ଖରାଦିନେ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଫଳ

ଦିନ ଗଡ଼ିବା ସହ ଦିନକୁ ଦିନ ପ୍ରଖର ହେବାରେ ଲାଗିଛି ଖରା । କେତକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଡେଇଁଲାଣି । ଏବେ ଗ୍ରୀଷ୍ମର ପ୍ରଭାବ ସାରା ଦେଶରେ ଅନୁଭୂତ ହେଉଛି । ତେବେ ଏହି ସମୟରେ ବିଶେଷ ଭାବେ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ । ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ବିଭିନ୍ନ କାର୍ଯ୍ୟ କରିବାରେ ତତ୍ପର ହେବେ ।

ଆମ୍ବ: ଖରାଦିନ ଆସିବା ମାତ୍ରେ ଲୋକମାନେ ଆମ୍ବକୁ ପ୍ରଥମ ପସନ୍ଦ କରିଥାନ୍ତି । ତେବେ ଏହି ଆମ୍ବରେ ରହିଥାଏ ପ୍ରଚୁର ପରିମାଣରେ ଭିଟାମିନ ସି । ଆଖି, ଚର୍ମ, କୋଲେଷ୍ଟ୍ରଲ ଏବଂ ହଜମ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗ ଇତ୍ୟାଦିରୁ ରକ୍ଷା କରିଥାଏ ହଳଦିଆ ଆମ୍ବ । ତେବେ ଆମ୍ବ ତୁଳନାରେ ବଜାରରେ ମିଳୁଥିବା ଜୁସ ଏତେଟା ଫଳପ୍ରଦ ନୁହେଁ । ଯଦିଓ ଏହା ସ୍ୱାଦରେ ଏକ ନମ୍ବର ଥାଏ କିନ୍ତୁ ଏଥିରେ ଭିଟାମିନ ଭାଗ କମିଯାଇଥାଏ ।

କଦଳୀ: କଦଳୀ ସବୁ ଋତୁରେ ମିଳୁଥିବା ଫଳ ମାନଙ୍କ ଭିତରୁ ଗୋଟିଏ । ଏହି ଫଳରେ ବିଭିନ୍ନ ପ୍ରକାର ଭିଟାମିନ ଯେମିତି ଏ, ବି, ସି, ଇ ଇତ୍ୟାଦି ସହ ପୋଯାସିୟମ ଏବଂ ମ୍ୟାଗ୍ନିସିୟମ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ତେଣୁ କଦଳୀ ଖାଇବା ଦ୍ୱାରା ଏହି ସମସ୍ତ ଭିଟାମିନ ଶରୀରକୁ ଯାଇଥାଏ । ଏହାବ୍ୟତୀତ କଦଳୀରେ ଏମିନୋଏସିଡ ଏବଂ ବି-୬ ମଧ୍ୟ ରହିଥାଏ, ଯାହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking