37.2 C
Bhubaneswar
Friday, April 19, 2024
Homeଅପରାଧଯୌତୁକ ନଆଣିବାରୁ ବୋହୂକୁ ନିର୍ଯାତନା ଆଉ ତାପରେ ....

ଯୌତୁକ ନଆଣିବାରୁ ବୋହୂକୁ ନିର୍ଯାତନା ଆଉ ତାପରେ ….

ଲକ୍ଷ୍ନୌ: ନବବିବାହିତା ସ୍ତ୍ରୀର ବିଶ୍ୱାସ ସହ ଖେଳ । ବିବାହକୁ ୩ ମାସ ପୂରି ନଥିବା ବେଳେ ସ୍ତ୍ରୀକୁ ଏସିଡ୍ ପିଆଇ ମାରିଦେଲା ପିଶାଚ ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ମହିଳାଙ୍କୁ ହତ୍ୟା କରାଯାଇଛି । ଶ୍ୱଶୁର ଘରୁ ମନ ମୁତାବକ ଯୌତୁକ ନଆଣିବାରୁ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସେପଟେ ଶାଶୁ, ଶ୍ୱଶୁର ଫେରାର ଅଛନ୍ତି । ବେଗୁସରାଇରେ ଜଣେ ନବ ବିବାହିତା ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ମାଡ଼ ମାରିବା ସହ ଏସିଡ୍ ପିଆଇ ହତ୍ୟା କରିଛନ୍ତି । ମଞ୍ଝୋଲ ଥାନା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି ।

ହବେଇତପୁର ଗାଁର ବାସିନ୍ଦା ୨୧ ବର୍ଷିୟ ଅଞ୍ଜଳି କୁମାରୀ ହିନ୍ଦୁ ରୀତିନୀତି ଅନୁଯାୟୀ ୨ ମଇ ୨୦୨୨ରେ ବାଲ୍ମୀକି ସାହଣୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ତେବେ ବିବାହ ପରେ ବାଇକ ଏବଂ ଦୁଇ ଲକ୍ଷ ଟଙ୍କା ଆଣ କହି ଅଞ୍ଜଳିକୁ ହଇରାଣ କରୁଥିଲେ ଶାଶୂଘର ଲୋକେ ।

୨୮ ଜୁଲାଇ ରାତିରେ ଅଞ୍ଜଳିଙ୍କ ସ୍ୱାମୀ ଏବଂ ଶାଶୁ ସାବିତ୍ରୀ ଦେବୀ ତାଙ୍କୁ ମାଡ଼ ମାରିବା ପରେ ଏସିଡ୍ ପିଆଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଅଞ୍ଜଳିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଗୁରୁବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଶାଶୁ, ଶ୍ୱଶୁର ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking