33.1 C
Bhubaneswar
Tuesday, April 30, 2024
Homeଅପରାଧଚିକିତ୍ସା ସମୟରେ ଭୁଲ ମେଡିସିନ୍ ଯୋଗୁଁ ହେଲା ମୃତ୍ୟୁ ଆଉ ତାପରେ ଡାକ୍ତର କଲେ କିଛି...

ଚିକିତ୍ସା ସମୟରେ ଭୁଲ ମେଡିସିନ୍ ଯୋଗୁଁ ହେଲା ମୃତ୍ୟୁ ଆଉ ତାପରେ ଡାକ୍ତର କଲେ କିଛି ଏପରି……

ଗୁରୁଗ୍ରାମ: ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି, କାରଣ ସେମାନେ ହିଁ ଭଗବାନ ସାଜି ଲୋକମାନଙ୍କର ଜୀବନ ବଞ୍ଚାନ୍ତି। କିନ୍ତୁ ହରିୟାଣାରା ଗୁରୁଗ୍ରାମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଚିକିତ୍ସା ସମୟରେ ରୋଗୀର ମୃତ୍ୟୁ ହେବାରୁ ରାସ୍ତା ଶବକୁ ଫୋପାଡିବା ସହ ଘଟଣାସ୍ଥଳରୁ ଫେରାର ମାରିଛି ଜଣେ ଡାକ୍ତର । ଏହି ଘଟଣାର ଦୃଶ୍ୟ ସିସିଟିଭରେ କଏଦ୍ ହୋଇଛି ।

ସୂଚନା ମୁତାବକ, ମାରୁତିରେ କାମ କରୁଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ି ଯାଇଥିଲା, ଯାହାଫଳରେ ତାଙ୍କୁ ଚିକିତ୍ସା ପାଇଁ ଏକ କ୍ଲିନିକକୁ ନିଆଯାଇଥିଲା । କିନ୍ତୁ କ୍ଲିନିକରେ ଯେଉଁ ଡାକ୍ତର ଚିକିତ୍ସା କରୁଥିଲେ, ତାହାଙ୍କ ପାଖରେ କୌଣସି ଡାକ୍ତରୀ ଲାଇସେନ୍ସ ନଥିଲା । କୁହାଯାଉଛି କି, ସେ ଅସୁସ୍ଥ ରୋଗୀଙ୍କୁ ଭୁଲ ମେଡିସିନ୍ ଖାଇବାକୁ ଦେଇଥିଲେ, ଯାହାଫଳରେ ଯୁବକଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ଡାକ୍ତର ଚୁପଚାପ୍ ଶବକୁ ରାସ୍ତାରେ ଫୋପାଡି ଘଟଣାସ୍ଥଳରୁ ଫେରାର ମାରିଥିଲା । ଶବ ଫୋପାଡିବାର ଘଟଣା ସିସିଟିଭ ଫୁଟେଜରେ ରେକର୍ଡ ହୋଇଗଲା ।

ଅନ୍ୟପଟେ ଘଟଣାର ସୂଚନା ମିଳିବା ପରେ ପୋଲିସ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ଛାନଭିନ୍ ଆରମ୍ଭ କରିଥିଲା । ଏହା ପରେ ୩୦ ସେପ୍ଟେମ୍ବରରେ ଏଭଳି କାଣ୍ଡ ଘଟଣାଇଥିବା ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଲା । ଅଭିଯୁକ୍ତ ଡାକ୍ତରକୁ ଏବେ ପଚରାଉଚରା କରାଯାଉଛି । ଏହା ବ୍ୟତୀତ ଜବତ ଶବର ପୋଷ୍ଟମର୍ଟମ କରାଯିବାକୁ ପ୍ରସ୍ତୁତି ଚାଲିଛି, ଯାହାଦ୍ୱାରା ମୃତ୍ୟୁର ସଠିକ୍ କାରଣ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking