ଗୁରୁଗ୍ରାମ: ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି, କାରଣ ସେମାନେ ହିଁ ଭଗବାନ ସାଜି ଲୋକମାନଙ୍କର ଜୀବନ ବଞ୍ଚାନ୍ତି। କିନ୍ତୁ ହରିୟାଣାରା ଗୁରୁଗ୍ରାମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଚିକିତ୍ସା ସମୟରେ ରୋଗୀର ମୃତ୍ୟୁ ହେବାରୁ ରାସ୍ତା ଶବକୁ ଫୋପାଡିବା ସହ ଘଟଣାସ୍ଥଳରୁ ଫେରାର ମାରିଛି ଜଣେ ଡାକ୍ତର । ଏହି ଘଟଣାର ଦୃଶ୍ୟ ସିସିଟିଭରେ କଏଦ୍ ହୋଇଛି ।
ଅନ୍ୟପଟେ ଘଟଣାର ସୂଚନା ମିଳିବା ପରେ ପୋଲିସ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ଛାନଭିନ୍ ଆରମ୍ଭ କରିଥିଲା । ଏହା ପରେ ୩୦ ସେପ୍ଟେମ୍ବରରେ ଏଭଳି କାଣ୍ଡ ଘଟଣାଇଥିବା ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଲା । ଅଭିଯୁକ୍ତ ଡାକ୍ତରକୁ ଏବେ ପଚରାଉଚରା କରାଯାଉଛି । ଏହା ବ୍ୟତୀତ ଜବତ ଶବର ପୋଷ୍ଟମର୍ଟମ କରାଯିବାକୁ ପ୍ରସ୍ତୁତି ଚାଲିଛି, ଯାହାଦ୍ୱାରା ମୃତ୍ୟୁର ସଠିକ୍ କାରଣ ଜଣାପଡିବ ।