ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବି.ଏଡ୍ (କଳା) ଓ ବି.ଏଡ୍ (ବିଜ୍ଞାନ), ଏମ୍.ଏଡ୍, ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍ସିଏ, ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨ ତାରିଖ ମଙ୍ଗଳବାରଠୁ ଆବେଦନ ଆରମ୍ଭ ହେବ । ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍ସିଏ, ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଆବେଦନ କରିବେ ।
ଏହା ପରେ ଅଗଷ୍ଟ ୨୧ ତାରିଖରେ ପ୍ରବେଶିକା ପରୀକ୍ଷା ହେବ । ସେହିପରି ଅଗଷ୍ଟ ୩୦ ପର୍ଯ୍ୟନ୍ତ ବି.ଏଡ୍ ଓ ଏମ୍.ଏଡ୍ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ବି.ଏଡ୍ର ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୪ରେ ଓ ଏମ୍.ଏଡ୍ ପରୀକ୍ଷା ସେପ୍ଟେମ୍ବର ୬ ରେ ଅନୁଷ୍ଠିତ ହେବ । ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ୱେବସାଇଟ୍ରେ ଦେଖିପାରିବେ ।