29.1 C
Bhubaneswar
Monday, May 6, 2024
Homeମନୋରଞ୍ଜନସାମନ୍ଥାଙ୍କ ପରେ ‘କଫି ଉଇଥ କରନ’ରେ ନଜର ଆସିବେ ନାଗା ଚୈତନ୍ୟ

ସାମନ୍ଥାଙ୍କ ପରେ ‘କଫି ଉଇଥ କରନ’ରେ ନଜର ଆସିବେ ନାଗା ଚୈତନ୍ୟ

ନୂଆଦିଲ୍ଲୀ : ସାମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ନିଜ ନିଜ ଲାଇଫରେ ବ୍ୟସ୍ତ ରହିଛନ୍ତି। କିନ୍ତୁ ଏବେ କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସାମନ୍ଥା ଏବଂ ନାଗା ଚୈତନ୍ୟ। ନିକଟରେ ସାମନ୍ଥା କରନ ଜୋହରଙ୍କ ଟକ୍‌ ଶୋ ‘କଫି ଉଇଥ୍‌ କରନ’କୁ ଯାଇଥିଲେ। ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ସହିତ ଶୋକୁ ଯାଇଥିବା ସାମନ୍ଥା ସ୍ୱାମୀ ନାଗା ଚୈତନ୍ୟଙ୍କ ସହିତ ଭାଙ୍ଗିଥିବା ବୈବାହିକ ସଂପର୍କ ବିଷୟରେ ଆଲୋଚନା କରିଥିଲେ । କ’ଣ ପାଇଁ ବିବାହ ଭାଙ୍ଗିଥିଲା, ତାହାକୁ ନେଇ ଅନେକ ଖୁଲାସା କରିଥିଲେ। ଏବେ ସାମନ୍ଥାଙ୍କ ପରେ ନାଗା ଚୈତନ୍ୟ ମଧ୍ୟ ଶୋ ‘କଫି ଉଇଥ କରନ’ରେ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ସାଉଥ ଅଭିନେତା ନାଗା ଚୈତନ୍ୟ ଖୁବଶୀଘ୍ର ଫିଲ୍ମ ‘ଲାଲ ସିଂ ଚଢା’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଫିଲ୍ମରେ ନାଗା ଚୈତନ୍ୟଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା। ଯାହାକୁ ଲୋକେ ଖୁବ୍‌ ପ୍ରଶଂସା କରିଥିଲେ। ଏହା ମଧ୍ୟରେ ଏକ ଇଣ୍ଟରଭ୍ୟୁରେ କରନ ଜୋହରଙ୍କ ଶୋକୁ ଯିବାକୁ କହିଥିଲେ, ‘ ଯଦି ମୋତେ ସୁଯୋଗ ମିଳେ ତେବେ ନିଶ୍ଚିତ ଯିବି। କରନ ଜୋହରଙ୍କ କାମ ମୋତେ ବହୁତ ପସନ୍ଦ। ଯଦି ସେ ମୋତେ ଡାକନ୍ତି ତେବେ ମୁଁ ନିଶ୍ଚିତ ଯିବି।

ଏହାକୁ ନେଇ ନାଗା ଚୈତନ୍ୟ କହିଛନ୍ତି, ମୋତେ ଏସବୁ ଜିନିଷ ବେଳେ ବେଳେ ବହୁତ ଦୁଃଖ ଦେଇଥାଏ, ତେଣୁ ମୁଁ ନିଜକୁ ଏବଂ କାମକୁ ଅଲଗା ଅଲଗା ରଖିଛି। ଯେତେବେଳେ ମିଡିଆ ଆପଣଙ୍କର ପ୍ରଫେସନାଲ ଲାଇଫକୁ ଛାଡି ପର୍ସନାଲ ଲାଇଫକୁ ହେଡଲାଇନ କରିଥାଏ, ତେବେ ବହୁତ ଚିନ୍ତାଜନକ ଏବଂ ନିରାଶଜନକ ରହିଥାଏ।

ନିକଟରେ ସାମନ୍ଥା ରୁଥ ପ୍ରଭୁ ‘କଫି ଉଇଥ କରନ’ ସିଜିନ ୭ର ଏପିସୋଡ ନଂ ୩ରେ ନଜର ଆସିଥିଲେ। ଏହି ଶୋକୁ ଅକ୍ଷୟ କୁମାରଙ୍କ ସହିତ ଆସି ଡ୍ୟାନ୍ସ କରିଥିଲେ ସାମନ୍ଥା। ଶୋରେ କରନ ଜୋହର ଛାଡପତ୍ର ବିଷୟରେ କଥା ହେବାରୁ ସାମନ୍ଥା କହିଥିଲେ, ‘ଏହି ସମୟ ଆମ ଦୁହିଁଙ୍କ ପାଇଁ ବହୁତ ମୁସ୍କିଲ ରହିଥିଲା କିନ୍ତୁ ମୁଁ ବହୁତ ସାହାସୀ। ସେତେବେଳେ ମୁଁ ବହୁତ କଷ୍ଟରେ ଥିଲା, କିନ୍ତୁ ଏବେ ମୁଁ ବହୁତ ଖୁସି ଅଛି’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking