ଭୁବନେଶ୍ୱର: ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୁଲିସ । ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । କାଲି ରାତିରେ ଅପହରଣ କରି ନେଇଥିଲେ । ଅପହରଣ କରି ୨ ଲକ୍ଷ ଟଙ୍କା ମାଗୁଥିଲେ । ମଂଚେଶ୍ୱର ଅଂଚଳରୁ ଉଦ୍ଧାର କଲା ବଡଗଡ ପୁଲିସ । ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଏହି ତିନି ଅଭିଯୁକ୍ତ ଅପହରଣ କରି ନେଇଥିଲେ। ଅପହରଣ ପାଇଁ ସେମାନେ ସେହି ଟ୍ରାଭେରା କାର୍କୁ ବ୍ୟବହାର କରିଥିଲେ।