ସୁନ୍ଦରଗଡ଼ : ବିବାହର ଦୀର୍ଘ ୧୨ ବର୍ଷ ପରେ ରାଉରକେଲାର ଶିଳ୍ପପତି ଇଞ୍ଜିନିୟର ରାହୁଲ ଅଗ୍ରୱାଲଙ୍କ ମୃତ୍ୟୁ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି । ୨୦୧୨ ମସିହାରେ ଜାମସେଦପୁର ସୋନାରୀ ଥାନା ଅନ୍ତର୍ଗତ ପ୍ରଦୀପ ଚୁରିୱାଲାଙ୍କ ଝିଅ ବର୍ଷା ଚୁରିୱାଲାଙ୍କୁ ବିବାହ କରିଥିଲେ ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରେ ରହୁଥିବା ଯୁବ ଶିଳ୍ପପତି ରାହୁଲ ଅଗ୍ରୱାଲ । ହସଖୁସିରେ ଚାଲୁଥିବା ସଂସାରରେ ଶ୍ୱଶୁର ପ୍ରଦୀପ ଚୁରିୱାଲା ଶାଶୂ ମେଘା ଚୁରିୱାଲା ଓ ଶଳା ପିୟୁଷ ଚୁରିୱାଲାର ହସ୍ତକ୍ଷେପ ପରେ ଆରମ୍ଭ ହୋଇଥିଲା ବିଶୃଙ୍ଖଳା ।
ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ପରେ ମଧ୍ୟ ନିଜ ବାପା, ମା’ ଓ ଭାଇଙ୍କ କଥା ଶୁଣି ରାହୁଲଙ୍କ ପରିବାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ବୋଲି ଭିଡିଓ କ୍ଲିପ୍ କରି ଅଭିଯୋଗ କରିଛନ୍ତି ମୃତ ରାହୁଲ ଅଗ୍ରୱାଲ । ଭିଡିଓ କ୍ଲିପଟି ବର୍ତ୍ତମାନ ସମଗ୍ର ସହରରେ ଭାଇରାଲ ହେବା ପରେ ସମଗ୍ର ସହରରେ ଚର୍ଚ୍ଚା । ଗତକାଲି ରାହୁଲ ଜାମସେଦପୁର ନିଜ ପୁଅ ଓ ଝିଅଙ୍କୁ ଦେଖିବାକୁ ଯାଇ ସୋନାରୀ ଥାନା ଅନ୍ତର୍ଗତ ଏକ ହୋଟେଲରେ ରହିବା ଓ ନିକଟରେ ଏକ ଟାୱାରରୁ ଡେଇଁ ଆତ୍ମହତ୍ୟା କରିଥିବା ଫୋନ୍ କରି ପୋଲିସକୁ ଜଣାଇବା ପରେ ରାହୁଲଙ୍କ ମୃତ ଦେହକୁ ଆଣି ପରିବାରଙ୍କ ସହ ବେଦବ୍ୟାସ ଘାଟରେ ଶେଷକୃତ୍ୟ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ବର୍ଷାଙ୍କ ପରିବାର ପକ୍ଷରୁ ରାହୁଲଙ୍କ ପରିବାର ବିରୋଧରେ ଏକ ମାମଲା ରୁଜୁ କରି ବାରମ୍ବାର ହଇରାଣ ହରକତ କରୁଥିବା ଅଭିଯୋଗ ଆଣିବା ସହ ଆଇନକୁ କିଭଳି ଅପବ୍ୟବହାର କରି ଗୋଟିଏ ପରିବାରର ସମ୍ମାନ ହାନି କରିବା ସହ ପୋଲିସକୁ ହାତ କରି ଯଥେଷ୍ଟ କଷ୍ଟ ଦେଉଥିବା ଅଭିଯୋଗ କରିଛନ୍ତି ମୃତ ରାହୁଲ ଅଗ୍ରୱାଲ । କିନ୍ତୁ ଏ ଘଟଣାରେ ବର୍ଷାଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।