ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା କମ୍ ରହୁଥିବାରୁ ଆସନ୍ତା ୨୪ ତାରିଖରୁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପୁଣି ସ୍କୁଲ ଖୋଲିବ। ଏନେଇ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି।ଜାନୁଆରୀ ୨୪ରୁ ଅଫ୍ଲାଇନ୍ କ୍ଲାସ୍ ଆରମ୍ଭ ହେବ। ମୁମ୍ବାଇରେ ମଧ୍ୟ ସ୍କୁଲ ଖୋଲିବ ।କରୋନା ମାମଲା ବୃଦ୍ଧି ପାଇବା ଯୋଗୁଁ ଜାନୁଆରୀ ୮ରେ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ମୁମ୍ବାଇରେ ଜାନୁଆରୀ ୩୧ ଯାଏଁ ସ୍କୁଲ ବନ୍ଦ ରଖିବାକୁ କହିଥିଲା। ଏବେ କିନ୍ତୁ ରାଜ୍ୟରେ କରୋନା ମାମଲା କମିବାରେ ଲାଗିଛି। ଏଥିଯୋଗୁଁ ସ୍କୁଲଗୁଡିକୁ ପୁଣି ଥରେ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବିଦ୍ୟାଳୟକୁ ନିଶ୍ଚିତ କରିବାକୁ ପଡିବ ଯେ କୋଭିଡ ପ୍ରୋଟୋକଲଗୁଡ଼ିକ ଅଛି ବୋଲି ମହାରାଷ୍ଟ୍ର ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।