29.1 C
Bhubaneswar
Saturday, April 20, 2024
Homeଓଡିଶାଉଚ୍ଛେଦ ହେଲା ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାଣ

ଉଚ୍ଛେଦ ହେଲା ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାଣ

କୋଣାର୍କ:ଦୀର୍ଘ ଦିନ ଧରି ଦ୍ୱିତୀୟ କୋଣାର୍କକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଉଚ୍ଛେଦ ହେଲା କୋଣାର୍କ ଚନ୍ଦ୍ରଭାଗା ନିକଟରେ ନିର୍ମାଣାଧୀନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ବେଆଇନ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ ପରେ ମୂର୍ତ୍ତି ସ୍ଥାନାନ୍ତରିତ କରାଯିବା ସହ ପିଣ୍ଡି ଭଙ୍ଗାଯାଇଛି । ଗୋପ ତହସିଲଦାର ଏସ.କେ ସାଗିର, ରାଜସ୍ୱ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର, ଏନଏସି ନୋଡାଲ ଅଫିସର ଭାଗୀରଥି ବରାଳଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଛି । ସମସ୍ତ ମୂର୍ତ୍ତିକୁ ସୁରକ୍ଷିତ ଭାବେ ନିକଟରେ ଥିବା ମହାବୀର ମନ୍ଦିରରେ ରଖାଯାଇଛି । ମୂର୍ତ୍ତି ରହିଥିବା ପିଣ୍ଡିକୁ ଜେସିବି ଦ୍ୱାରା ଭଙ୍ଗା ଯାଇଛି ।

ସୂଚନା ଅନୁସାରେ ଓମ୍ ବାବାଙ୍କ ମୁଖ୍ୟ ସହଯୋଗୀ ମୁକେଶ ଜୈନ ଦ୍ୱିତୀୟ ସୂର୍ୟ୍ୟ ମନ୍ଦିର କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ହାଚେରୀ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୀର୍ଘ ୩ ମାସରୁ ଅଧିକ ହେବ ଭବ୍ୟ ସୂର୍ୟ୍ୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । ଏହି ଘଟଣାକୁ କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଅଞ୍ଚଳବାସୀ ଦ୍ୱିତୀୟ କୋଣାର୍କ ସୂର୍ୟ୍ୟ ମନ୍ଦିର ନିର୍ମାଣ ପାଇଁ ବିରୋଧ କରି ଆସୁଥିଲେ । ଦ୍ୱିତୀୟ କୋଣାର୍କକୁ ଜନ ଅସନ୍ତୋଷ ବଢ଼ିବା ପରେ ନିର୍ମାଣଧୀନ ଦ୍ୱିତୀୟ କୋଣାର୍କକୁ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking